STORYMIRROR

Barsha Laxmi

Romance Tragedy Fantasy

3  

Barsha Laxmi

Romance Tragedy Fantasy

ତୁମ ପ୍ରଥମ ପ୍ରେମ

ତୁମ ପ୍ରଥମ ପ୍ରେମ

1 min
190

ସେହିଁ ତୁମ ପ୍ରଥମ ପ୍ରେମ

ଆଉ ମିଛୁଟାରେ ମୁଁ ତୁମକୁ ପ୍ରେମ କରି

ନିଜେ ହୁଏ ବଦନାମ

ମୁଁ ବଞ୍ଚିବାକୁ ଚାହେଁ ତୁମ ସହିତ

ଆଉ ତୁମେ,

ଭୁଲିପାରୁନାହଁ ସେଇ ଅତିତl

ମୁଁ କେତେ ମିଠା କଥା କହି ତୁମକୁ ହସାଏ

ଆଉ ତୁମ ସନ୍ଦେହ

ବାରମ୍ବାର ମୋ ହୃଦୟକୁ ଜଳାଏ

ମୁଁ ପାଶୋରିବାକୁ ଚାହେଁ ତୁମକୁ

ହେଲେ ଜାଣେନି ସିଏ କିଏ

ବାରମ୍ବାର ଆଖି ଆଗରେ ନଚାଏ

ମୋ ଭବିଷ୍ୟତର ଚିତ୍ରକୁ

ହଁ!ସରଳିଆ ମନ ଟା ତୁମର

ସେଥିପାଇଁ ତ'ଯେତେ କଷ୍ଟ ହେଉ

ସବୁ ସହି ମୁଁ କରିବି ତୁମକୁ ନିଜର

ଯେତେ କଷ୍ଟ ଥିଲେ ତୁମ ଆଗେ ହସିଦିଏ

କାରଣ! ମୁଁ ତୁମକୁ ହିଁ ଭଲପାଏ

କେତେ ନେବ ଆଉ ପରୀକ୍ଷା

ମୁଁ ତୁମ ପାଇଁ କରିବି ଜୀବନ ସାରା ପ୍ରତୀକ୍ଷା

ପ୍ରେମ କଣ ଚାହେଁ ଭୋଗ କରିବାକୁ ଦେହ?

ପ୍ରେମ ଶାଶ୍ୱତ, ଚିରନ୍ତନ,

ସେ ନୁହେଁ କେବଳ ଦେହର ମନ୍ଥନ

କେମିତି ବା ବୁଝେଇବି ତୁମକୁ କୁହ

ଝରି ଝରି ଶୁଖି ଗଲାଣି

ମୋ ଆଖିର ଲୁହ

ତୁମେ ଆଉ ମୁଁ ଅମାବାସ୍ୟାର ଜହ୍ନ ପରି,

ଛାଇ ଆଲୁଅର ଖେଳ ମଧେ ବିଭାବରୀ

ସତ କହୁଛି ଆଉ କିଛି ନାହିଁ ଅବଶୋଷ

ମୁଁ ଚାହେଁ! ମୋ ବୟସ

ତୁମ ପାଶେ ହେଉ ଶେଷ

କଥା ପ୍ରେମର ହେଉ କି ଯନ୍ତ୍ରଣାର

ଏହାହିଁ ସତ୍ୟ

ତୁମେ କେବଳ ମୋର ଆଉ ମୋର

ଆଉ ତୁମ ପ୍ରଥମ ପ୍ରେମ!

ସେ କେବଳ ଆମ ବୀର ସହୀଦଙ୍କ ନାମ

ତୁମେବି ଭୁଲିଗଲଣି "ଜୟ ହିନ୍ଦ"ର ଶ୍ଲୋଗାନ

ଯେବେଠୁ ହଜେଇ ଦେଇଛ

ମୋ ଠାରେ ତୁମ ମନ l


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance