ମନେପଡେ ମନର କଥା
ମନେପଡେ ମନର କଥା
ମନର ବେଦନା କହିତ ହୁଏନା
ମନରେ ହିଁ ସିଏ ମରେ,
ମନେ ପଡେ ଯେବେ ମନର କଥା ମୋ
ଝୁରି ଝୁରି ଦିନ ସରେ l
ଆବେଗର ଦିନ ଲିଭିଯାଏ ଚି଼ହ୍ନ
ସ୍ମୃତି ରହେ ଛାତିତଳେ,
ଅଭୁଲା ପୀରତି ଭୁଲିବି କେମିତି
କୁହୁଳି କୁହୁଳି ଜଳେ l
ମନ ଉପବନେ ସପନ କାନନେ
କେତେ ରଙ୍ଗ ଉଡୁଥିଲା,
ଅଦିନିଆ ମେଘ ଧୋଇନେଲା ସବୁ
ଫୁଲ କଢ଼ି ମଉଳିଲା l
ଆଜି ବି ଡାଏରୀ ଖୋଲିକି ଦେଖିଲେ
ଅଛି ସେ ଗୋଲାପ ଫୁଲ,
କାହା ସାଥେ ଆଉ ବର୍ଣ୍ଣନା କରିବି
କଣ ବା ତାହାର ମୂଲ ।
ହାତ ମୋର ଥରେ ଲେଖି ମୁଁ ନ ପାରେ
କେତେ ଚାହେଁ ମୁଁ ତୁମକୁ,
ହେଲେ କେବେ ଏହା କହିତ ପାରିନି
ମନେ ଥିବା ମୋ ପ୍ରେମକୁ l

