ଫୁଲେଇ ଜହ୍ନ
ଫୁଲେଇ ଜହ୍ନ
ତୁମେ ମୁଁ
ଆଉ ସେ ଜହ୍ନ
ଉଁ!
ଅତି ଗୋଟେ ଫୁଲେଇ ହେଉଛି ସେ
ଯା'ତୁ ମୁଁ ତୋ ସହ କଥା ହେବିନି
କଣ ଯେ!
ମୁହଁ ଫୁଲେଇ ଦେଲୁ
ମୁଁ ଟିକେ ଏମିତି କହିଦେଲି
ଏଇ! ଦେଖନା ତାକୁ
ସେ ମୋ ସହ କଥା ହେଉନି
ମୋତେ ଇଙ୍ଗିତ କରୁଥିଲା,
କହିଦେଲି ତ ବାଧି ଯାଇଛି l
ହଉ ଯା, କେତେଦିନ କଥା ହେବୁନି
ତୁ କଥା ନହେଲେ ମୁଁ କଣ ରହିପାରିବିନି!
ହଉ ହେଲା ହେଲା କାନ ଧରୁଛି
ଟିକେତ ଚାହାଁ ମୋତେ
ଛୋଟ କଥାରେ ଏମିତି ରାଗୁଛୁ ଯେ!
ଏଇ! ତମେ ବି ନିରବ କଣ ଯେ,
କୁହ ତାକୁ
ମୋ ସହିତ କଥା ହେବ
ମୋତେ ଭଲଲାଗୁନି ତା ବିନା
ତା' ସହିତ ତୁମ କଥା ଦିନେ ଆଲୋଚନା ନ କଲେ
ନିଦ ହୁଏନି l
ଦେଖ ଟିକେ ତାକୁ
ମୁରୁକି ହସୁଛି
ହଉ ଠିକ ଅଛି
ମୁଁ ଚାଲିଯାଉଛି
ତୁ ଥା'
ମୁଁ ଆଉ କଥା ହେବିନି
ବେଶି ଗୋଟେ ହେଉଛି ।

