STORYMIRROR

Barsha Laxmi

Abstract Drama Romance

3  

Barsha Laxmi

Abstract Drama Romance

ଫୁଲେଇ ଜହ୍ନ

ଫୁଲେଇ ଜହ୍ନ

1 min
199

ତୁମେ ମୁଁ

ଆଉ ସେ ଜହ୍ନ

ଉଁ!

ଅତି ଗୋଟେ ଫୁଲେଇ ହେଉଛି ସେ

ଯା'ତୁ ମୁଁ ତୋ ସହ କଥା ହେବିନି

କଣ ଯେ!

ମୁହଁ ଫୁଲେଇ ଦେଲୁ

ମୁଁ ଟିକେ ଏମିତି କହିଦେଲି

ଏଇ! ଦେଖନା ତାକୁ

ସେ ମୋ ସହ କଥା ହେଉନି

ମୋତେ ଇଙ୍ଗିତ କରୁଥିଲା,

କହିଦେଲି ତ ବାଧି ଯାଇଛି l

ହଉ ଯା, କେତେଦିନ କଥା ହେବୁନି

ତୁ କଥା ନହେଲେ ମୁଁ କଣ ରହିପାରିବିନି!

ହଉ ହେଲା ହେଲା କାନ ଧରୁଛି

ଟିକେତ ଚାହାଁ ମୋତେ

ଛୋଟ କଥାରେ ଏମିତି ରାଗୁଛୁ ଯେ!

ଏଇ! ତମେ ବି ନିରବ କଣ ଯେ,

କୁହ ତାକୁ

ମୋ ସହିତ କଥା ହେବ

ମୋତେ ଭଲଲାଗୁନି ତା ବିନା

ତା' ସହିତ ତୁମ କଥା ଦିନେ ଆଲୋଚନା ନ କଲେ

ନିଦ ହୁଏନି l

ଦେଖ ଟିକେ ତାକୁ

ମୁରୁକି ହସୁଛି

ହଉ ଠିକ ଅଛି

ମୁଁ ଚାଲିଯାଉଛି

ତୁ ଥା'

ମୁଁ ଆଉ କଥା ହେବିନି

ବେଶି ଗୋଟେ ହେଉଛି ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract