STORYMIRROR

Barsha Laxmi

Tragedy

3  

Barsha Laxmi

Tragedy

ଗୁରୁଦେବାୟ ନମଃ

ଗୁରୁଦେବାୟ ନମଃ

1 min
113

ଗୁରୁଦେବ ମୋର ପ୍ରଣିପାତ ନେବ

ମସ୍ତକ ମୋ ତୁମ ପାଦେ 

ତୁମ ଆଶୀର୍ବାଦ ନଥିଲେ ମୋ ଭାଗ୍ୟେ

ମୂରୁଖ ମୁଁ ଥାନ୍ତି ବୋଧେ!


ଚାରି କାନ୍ଥେ ମୋର ଜୀବନ ଥାଆନ୍ତା

ନାମ ନଥାନ୍ତେ କେ ଶୁଣି 

ସାହିତ୍ୟିକ ବୋଲି ବୋଲାଉ ଥାଆନ୍ତି

ମିଛ ସ୍ୱପ୍ନ ଏହା ପୁଣି l


କେଉଁ ସନମାନ ପୁଣି ମାନ୍ୟଗନ୍ୟ

ନଥାନ୍ତେ କେହି ବି ଜାଣି 

ସାରା ଜୀବନ ମୁଁ ତୁମ ପାଦ ପଦ୍ମେ

ହେଇଗଲି ଗୁରୁ ୠଣୀ l


ତୁମେ ବି ଜାଣିନ କେତେ ବଡ ଦୟା

ତୁମେ ତ କରିଛ ମୋତେ 

ତୁମ ଦୟା ଯଦି ନଥାନ୍ତା ଭାଗ୍ୟରେ

ମୂଲ୍ୟ ମୋ ଥାଆନ୍ତା??



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy