STORYMIRROR

Nrusingha Narayan Tripathy

Classics Fantasy Others

4  

Nrusingha Narayan Tripathy

Classics Fantasy Others

ଚାଚେରୀ ବେଶ (ରାଗ ଚୋଖି)

ଚାଚେରୀ ବେଶ (ରାଗ ଚୋଖି)

1 min
355


ରାଧାକୃଷ୍ଣ ରାସଲୀଳା  ଈଶ୍ୱରୀୟ ପ୍ରେମ ଲୀଳା

    ଶାଶ୍ୱତ ପ୍ରେମର ସତ୍ୟ ଚାଚେରୀ ଲୀଳା

ଗୋପାଙ୍ଗନା ସାଥେ ପ୍ରେମ ବୃନ୍ଦାବନେ କୃଷ୍ଣ ପ୍ରେମ

    ଅଭୁଲା ସ୍ମାରକୀ ବେଶ ସେ କୃଷ୍ଣଲୀଳା

       ଚାଚେରୀ ବେଶଯେ ହୋଇଣ

       ଦର୍ଶନ ଦିଅନ୍ତି ପ୍ରଭୁ ଚକାନୟନ ll


ଶଙ୍କର ପାର୍ବତୀ ଦେବ  ହର ହରି ଦେବ ଦେବ

       ମନ୍ଦିର ଛାଡ଼ନ୍ତି ପ୍ରଭୁ ଭକ୍ତ ହୋଇଣ 

ଦ୍ୱାରେ ଦ୍ୱାରେ ବସି ଦୋଳେ ଦେଖନ୍ତି ଭକ୍ତଙ୍କୁ ମେଳେ

       ସୁଖ ଦୁଃଖ ସଦା ସାଥି ମଧୁସୂଦନ

        ଦୋଳେ ଦେଖ ଦୋଳ ଗୋବିନ୍ଦ

       ରାଧା ଦରଶନେ ପ୍ରୀତ ବାଳମୁକୁନ୍ଦ ll


ବସନ୍ତ ସମୟେ ଧରା      ଆକର୍ଷକ ବସୁନ୍ଧରା

     ରାଧା କୃଷ୍ଣ ପ୍ରେମେ ମଜେ ସେ ବୃନ୍ଦାବନ

ଫଗୁ ରଙ୍ଗେ ଗୋପବାସୀ   ଆନନ୍ଦିତ ଦାସ ଦାସୀ

     ପ୍ରକୃତି ପୁରୁଷ ଏକା ସେ ଜନାର୍ଦ୍ଦନ

      ସର୍ବେ ଏକାକାର ହୋଇଣ

    ଖେଳନ୍ତି  ଚାଚେରୀ ବେଶେ ରାଧା ଶ୍ରୀକୃଷ୍ଣ ll


ଗୀତ ବାଦ୍ୟ ହସ ଖୁସି  ଫଗୁ ଖେଳ ମନ ଖୁସି

     ସରାଗ ଉତ୍ସବ ଦୋଳ ଚାଚେରୀ ବେଶ

ଫଗୁଣ ଶୁକ୍ଳ ଦଶମୀ   ନାମ ତା ଫଗୁ ଦଶମୀ

      ନାଲି ବସ୍ତ୍ର ପିନ୍ଧି ପ୍ରଭୁ ହୁଅନ୍ତି ବେଶ

       ଅବିର ରଙ୍ଗକୁ ମାରିଣ

       ପ୍ରଭୁଙ୍କ ସୁନ୍ଦର ବେଶ ସେ ପାଞ୍ଚଦିନ ll


ନୀଳଭୁଜ ଜଗନ୍ନାଥେ  ଶଙ୍ଖ ଚକ୍ର ଧରି ହାତେ

     ଦୋଳ ବେଦୀ ଯାନ୍ତି ପ୍ରଭୁ ରଙ୍ଗା ଅଧର

ବଳଭଦ୍ର ହଳପାଣି  ଧରିକି ସଙ୍ଗେ ଭଉଣୀ

     ଶ୍ରୀଦେବୀ ଭୂଦେବୀ ବେଶ ସୁଭଦ୍ରାଙ୍କର

      ଖେଳିବା ପାଇଁକି ଚାଚେରୀ

      ପଦାକୁ ଆସନ୍ତି ପ୍ରଭୁ ହରେ ମୁରାରୀ ll


କୁଣ୍ଡଳ ଧରି ପାର୍ଶ୍ୱରେ   ଚନ୍ଦ୍ରିକାଯେ ମସ୍ତକରେ

     ଅଣ୍ଟାପଟି ଅଣ୍ଟା ଦେଶେ ଓଡ଼ିଆଣୀର

ଗିନିମାଳ ପଦ୍ମମାଳି   ଚାବୁକ ହରଡ଼ ମାଳି

   ଗଳାଦେଶ ଶୋଭେ ତାଙ୍କ କି ମନୋହର

   ଚନ୍ଦ୍ର ସୂର୍ଯ୍ୟ ଦେହେ ଧରିଣ

   ସୁଭଦ୍ରା ବରଦା ଲଷ୍ମୀ କରୁ ଦର୍ଶନ ll



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics