STORYMIRROR

DR SAMIR RANJAN BEHERA

Abstract Classics Inspirational

3  

DR SAMIR RANJAN BEHERA

Abstract Classics Inspirational

ଅଧା ଗଢ଼ା ମୋ ଠାକୁର

ଅଧା ଗଢ଼ା ମୋ ଠାକୁର

1 min
150

  


ଜଗତ ର ନାଥ ଆହେ ଜଗନ୍ନାଥ

    କାଳିଆ ଠାକୁର ତୁହି

ଭକତ ଭାବ ର ଟେକ ରଖୁ ବୋଲି

     ଭାବ ବିନୋଦିଆ ତୁହି ।

ପତିତ ଉଦ୍ଧାର କରୁବୋଲି ପ୍ରଭୁ

        ପତିତପାବନ ତୁହି

ଓଡିଶା ବାସୀ ର ଆରାଧ୍ୟ ଯେ ତୁହି

       ବିଶ୍ୱ ବାସୀ ବି ମାନଇ l

ମାଣିକ ହାତରୁ ଦହି ପିଇ ତୁହି

   କଳା ଘୋଡା ଚଢି ଗଲୁ

ଧଳା ଘୋଡା ସଂଗେ ବଳିଆ ଭାଇ ଯେ

     କାଞ୍ଚି ଅଭିଯାନ କଲୁ l

ବିଶ୍ଵାବଶୁ ରାଜା କରୁ ଥିଲେ ପୂଜା

    ତୋ ନୀଳମାଧଵ ରୂପ କୁ

ଇନ୍ଦ୍ରଦ୍ୟୁମ୍ନ ରାଜା ତତେ ଆଣିବାକୁ

    ପଠେଇଲେ ବିଦ୍ୟାପତି ଙ୍କୁ ।

ଶବରୀ କନ୍ୟା କୁ ପ୍ରେମ କରି ସିଏ

    ପ୍ରିୟ ହେଲେ ବିଶ୍ୱାବସୁ ର

   ନୀଳମାଧବ  ଙ୍କୁ ଦର୍ଶନ କରିଣ

     ଆନନ୍ଦରେ ହେଲେ ଅଧୀର l

ବିଦ୍ୟାପତି ଯାଇ ଖବର ଦେଲେ ଯେ

       ବିଷ୍ଣୁ ଭକ୍ତ ଇନ୍ଦ୍ରଦ୍ୟୁମ୍ନ କୁ

ସୈନ୍ୟ ଗଣ ନେଇ ଓଡିଶା ଆସିଲେ

    ନେବା ପାଇଁ ନୀଳମାଧଵ କୁ l

ସୋରିଷ ପଥ ରେ କଡେଇଣ ନେଲେ

      ବିଦ୍ୟାପତି ପୁରୋହିତ

ସେଠି ଯାଇ ସଭେଁ ଆଶ୍ଚର୍ଯ୍ୟ ହୁଅନ୍ତି

    ନୀଳମାଧଵ ଅଦୃଶ୍ୟ l

ଶୂନ୍ୟ ବାଣୀ ପାଇ ରାଜା ଇନ୍ଦ୍ରଦ୍ୟୁମ୍ନ

        ଅଟକିଣ ଯେ ଗଲେ

ସମୁଦ୍ର କୂଳରେ ଦାରୁ ଦେବ ରୂପେ

   ସ୍ୱୟଂ ବିଷ୍ଣୁ ଦେଖାଦେଲେ l

ବିଷ୍ଣୁ ଙ୍କ ବିଗ୍ରହ  ଗଢ଼ା ହେବା ପାଇଁ

   ଇନ୍ଦ୍ରଦ୍ୟୁମ୍ନ ସ୍ଥିର କଲେ

ଏକୋଇଶ ଦିନ ବନ୍ଦ କୋଠରୀ ରେ

  ବିଶ୍ୱକର୍ମା ଅବତରିଲେ l

ସର୍ତ ଅନୁସାରେ ଏକୋଇଶି ଦିନ

   ଖୋଲିବେନି କୋଠରୀ କୁ

ପନ୍ଦର ଦିନରେ ନିଶବ୍ଦ ହେବାରୁ

 ଆଶଂକା ଲାଗିଲା ରାଣୀ କୁ l

ଗୁଣ୍ଡିଚା ରାଣୀ ଙ୍କ ଅଧର୍ଯ୍ୟ ହେବାରୁ

 ରାଜା ଦ୍ୱାର ଖୋଲିଦେଲେ

ବିଶ୍ୱକର୍ମା ପ୍ରଭୁ ଅଦୃଶ୍ୟ ହେଇଲେ

     ମୂର୍ତ୍ତି ଅଧାଗଢା ହେଲେ l

ରାଜା ଇନ୍ଦ୍ରଦ୍ୟୁମ୍ନ ଶୂନ୍ୟ ବାଣୀ ପାଇ

   ବିଗ୍ରହ ପ୍ରତିଷ୍ଠା କଲେ

ବଳରାମ, ସୁଭଦ୍ରା, ସୁଦର୍ଶନ ଚକ୍ର

  ଆଉ ଜଗନ୍ନାଥ ବୋଲାଇଲେ l



Rate this content
Log in

Similar oriya poem from Abstract