ସର୍ବହରାରୁ ସର୍ବଖରା
ସର୍ବହରାରୁ ସର୍ବଖରା
ଖଟିଖିଆ ନିରନ୍ତି ଜନତାର ବୁଭୁକ୍ଷୁ ସ୍ୱପ୍ନରେ
ଅଂକିତା ସର୍ବହରାର ଜନମ ଜ୍ୟୋତିଷୀ
ସେ ସ୍ବପ୍ନ କ୍ଷୁଧାମୁକ୍ତ ବିଶ୍ଵର- କାମନା ରହିତ
ପରିବର୍ତ୍ତନଶୀଳ ପ୍ରକୃତିର- ପରିବର୍ତ୍ତନ ପ୍ରଯୁକ୍ତି
ସଳିତ ଉଦ୍ୟମର- ସ୍ୱଚ୍ଛ, ପାରଦର୍ଶୀ ପ୍ରଶାସନର
ଉତ୍ତରଦାୟୀ କର୍ମ ସଂସ୍କୃତିର- ବିବଦ୍ଧ କ୍ରିୟାନ୍ୱୟନର
ବିବର୍ତ୍ତିତ ଆଭିମୁଖ୍ୟର- ଆବର୍ତ୍ତିତ ପରୀକ୍ଷଣର
ପର୍ଯ୍ୟବେକ୍ଷଣ ନିଷ୍ପନ୍ନ ନିର୍ଯ୍ୟାସର- ତ୍ବରିତ, କ୍ରିୟାଶୀଳ ମନୋବିଜ୍ଞାନର
ପରଂପରା, ଐତିହ୍ୟ, ସଭ୍ୟତା, ସଂସ୍କୃତିର ଉତ୍କର୍ଷର
ମାନବବାଦୀ ଚିନ୍ତା ଓ ଚେତନାର, ସ୍ତୁପୀକୃତ ବାକି
ଇତିହାସର
ସେ ସର୍ବହରାର ବୈପ୍ଳବିକ ଉତଥାନର
ଧ୍ୱଂସସ୍ତୁପରୁ ନିର୍ଗତ ଫିନିକସର ଜୀବନ ଯାତ୍ରାର
“ କାହାଣୀ ଏକ ଅବୋଲକରାର- ରାତି ସାରା ଖରାର ।
ଅନଂଧୁମୟ ସମାଜର ଫୁଜୀଭୂତ ଅସଂତୋଷର
'ଏବେ ଚାଲ ଲେଖିବା କବିତା ବିରହ ବିଦଗଧ ପ୍ରେମିକର ।