STORYMIRROR

Debabrata Mishra

Abstract Classics Inspirational

3  

Debabrata Mishra

Abstract Classics Inspirational

ମୁଁ ଶୋଇପଡ଼ିଛି

ମୁଁ ଶୋଇପଡ଼ିଛି

1 min
207


ଶୋଇପଡ଼ିଛି ମୁଁ ଅର୍ଥାତ୍ ମୋ' ଭଳି ଅନେକ ପ୍ରାଣ

ଉଠିବାର ପ୍ରେରଣା ନାହିଁ ଅବା ଦେଖାଯାଉନି ଏଠି

ଦେଖିବାର ଇଛା ଅଛି ଅବା ଆମେ ସମସ୍ତେଦିବାନ୍ଧ

ପ୍ରତିବାଦ କରିବାର ସାହସ ନାହିଁ ସ୍ୱାର୍ଥପର ଆମେ

ଜୀବିକା ହରାଇବା ଭୟ ମଣିଷତ୍ୱ ନଷ୍ଟ

କରିଦେଉଛି

କେବଳ ରହିଛି ସୀମିତ ଚିନ୍ତାରେ ବିଶ୍ୱାସ ଆମର

ଲଢେଇ କରିବା ପୂର୍ବରୁ ହାରିବାର ଭୟ ମନେଏଠି


ମରିଯାଇଛି ମୁଁ ଅର୍ଥାତ୍ ମୋ' ଭଳି କେତେଯୁବପ୍ରାଣ

ବିରୋଧର ଶକ୍ତି ନଷ୍ଟ ହୋଇଯାଇଛି ସଂକୀର୍ଣ୍ଣତା

ପାଇଁ

କାରଣ ଖୋଜୁଛି ଖୋଜୁଛି ଆଦର୍ଶର ଜୀବନ୍ତ

ପ୍ରତୀକ

ମିଳୁନାହାନ୍ତି ତ କେହି ଅବା ଆମେ ଅସମର୍ଥ ସନ୍ଧାନେ

ନିଜ ଉପରେ ବିଶ୍ବାସ ହରାଇବସିଛୁ ବାହ୍ୟ ପରିବେଶେ

ନା ନିଜ କାନ୍ଦ ଶୁଭୁଛି ଅବା ନିଜ ଦୁଃଖର କାରଣ ଜାଣୁ

ଏକ ପାରମ୍ପରିକ ଧାରାରେ ଆମେ ଅଳସୁଆମୀର ଶିକାର,


ହଜିଯାଇଛି ମୁଁ ଅର୍ଥାତ୍ ମୋ' ଭଳି କିଛି ଚିନ୍ତାଧାରା ଶକ୍ତି

ନିଜକୁ ରକ୍ଷା କରୁକରୁ ସମୟ ସରୁଛି ଏ କି ପ୍ରକାର କଥା

କାହାକୁ ପ୍ରଶ୍ନ କରିବାର ପ୍ରଚେଷ୍ଟା ବି ନାହିଁ ଏ କି ଦୁର୍ବଳତା

ଏ ଜୀବନ ଏଥିପାଇଁ କ'ଣ ଭଗବାନ ଦେଇଥିଲେ ଆମକୁ

ଉପଭୋଗର ଲାଳସାରେ ଜୀବନ କଟିଯାଉଛି ସତ୍ଯ ଇଏ

କିନ୍ତୁ ଆମ ପରିଶ୍ରମ ର ଫଳେ ଭୋଗୀ ଅନ୍ୟମାନେ ଜାଣ

ଇଛ୍ଛା ନାହିଁ କା'ର କିଛି କରିବାକୁ ମନେ କରି ଲକ୍ଷ୍ଯ ପଣ। 




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract