STORYMIRROR

Debabrata Mishra

Abstract Classics

3  

Debabrata Mishra

Abstract Classics

ଦେବକୀ ନନ୍ଦନ

ଦେବକୀ ନନ୍ଦନ

1 min
268


ଜନମ ତୁମରି ଦେବକୀ କୋଳରେ

ମାତା ସହ ପିତା ବନ୍ଦୀ କାରାଗାରେ, 


ଅଷ୍ଟମ ଗର୍ଭରେ ହେ ଜନମ ତୁମ୍ଭରି

ମାରିବାକୁ ମାମୁଁ ଥାଏ ଅପେକ୍ଷାରେ, 


ତୁମରି ଆଦେଶେ ଶିକୁଳି ମୁକୁଳେ

ସଇନ ସାମନ୍ତ ଯାଆନ୍ତି ମୁର୍ଛାରେ, 


ସମୟ ନିର୍ଦ୍ଦେଶେ ତୁମରି ଗମନ

ଜନ୍ମିବ ତୁମେ ଯଶୋଦା କୋଳରେ, 


ରଜନୀ ଅନ୍ଧାର ଯମୁନା ନଦୀରେ

ବଢୀ ଆସିଥାଏ ଗଭୀର ଜଳରେ, 


ବାସୁକୀ ନାଗ ତ ତୁମ ସୁରକ୍ଷା ରେ

ଯେତେ ହେଉ ପାଣି ଭୟ ନଥାଏରେ


ସମୟ ସହିତ ଦୁଃଖ ହେଲା ଦୂର

ତୁମେ ନନ୍ଦଘରେ ପାହାନ୍ତି ଘଡ଼ିରେ, 


ନନ୍ଦ-ଯଶୋଦାଙ୍କୁ ପ୍ରେମ ବନ୍ଧନରେ

ବାନ୍ଧିଲ ତୁମେ ଯାଇ ଗୋପପୁରେ, 


ବାଲ୍ୟଲୀଳା ତୁମ ଗାଈଗୋଠ ସହ

ଗୋପୀମେଳେ ଅବା ଯମୁନା କୂଳରେ, 


ସ୍ନେହରେ ବାନ୍ଧିଲ ସାରା ଗୋପପୁର

ତୁମ ହାତୁ ହେଲେ କେତେ ଯେ ଉଦ୍ଧାର । 


ହେ କଳାକାହ୍ନୁ ରାଧା ର ପ୍ରେମରେ

ବଳରାମ ଭାଇ ତୁମରି ସଙ୍ଗରେ । 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract