STORYMIRROR

Dr. Pratap Kumar Swain

Classics

3  

Dr. Pratap Kumar Swain

Classics

ଶୂନ୍ଯ

ଶୂନ୍ଯ

1 min
255





ଏବେ ଭାରି ଶୂନଶାନ ଲାଗେ ଗାଁ ଠୁ ସହର

କରୋନା ଦେଇଛି ଭରି ସବୁଠି ଜହର।

ଉଷାର ଆଗମନେ ଶୁଭୁଛି ପକ୍ଷୀର କାକଳୀ

କୁକୁର ର ଭୋ ଭୋ ଗାଇ ହମ୍ବା ରଡି।

ରାସ୍ତା ଲାଗେ ଜନ ଶୂନ୍ଯ ନାହିଁ ଗାଡି ଶଦ୍ଦ

କରୋନା ମାଡରେ ସବୁ ନୀରବ ନିସ୍ତବ୍ଧ ।

ଏଇ ତ ସୁନିଅପା ଡେଇଁଲାଣି ପଚିଶି ବସନ୍ତ

ନିର୍ବନ୍ଧ ଟା ସରିଥିଲା ହେଲେ ସେ ହନ୍ତସନ୍ତ।

ତାର ହେଲାବାଲା ବର ଏବେ ଦେଉନାହିଁ ଧରା

ଅନ୍ଯ ଝିଅ ସହ ବାହା ହୋଇ ଲଗାଯାଇଛି ଲୀଳା ।

ବାପା ତାହାର ଫେରଉନି ଯଉତୁକ ଟଙ୍କା

ସକାଳୁ ଉଠିଲେ ସୁନି ଦେଇଥାଏ ସମ୍ପା।

ନା ଗାଳି ଧରୁଛି ତା ଦଗାଦିଆ ନାଗରକୁ

ନା ତା ବାପା ଦେଉଛି ନେଇଥିବା ଯୌତୁକକୁ।

ବାର ମାଇପେଙ୍କ ଟାପରା କୁ ଶୁଣି ବଞ୍ଚୁଛି

ଅଲୋଡା ଜୀବନକୁ ପାଣି ଛଡେଇ ଦେଇଛି।

ସହର ଟା ଶୋଇଯାଇଛି ଚୁପ୍ ଚାପ୍ ହୋଇ

ଗୁପଚୁପ ଠେଲାଟିଏ ପଡିଛି ଧୂଳି ପିଇ।

ରେଳ ଧାରଣା ଶୋଇଛି ବିରହୀ ପ୍ରେମିକାପରୀ।

ଫାଟକରେ ଧନିସାହୁ ମୁଖାଧାରୀ ପ୍ରହରୀ।

ମାଲ ଗାଡି ଗୋଟେ ଦିଟା ଧାଇଁ ଯାଏ ଦିନରେ।

ଧନିସାହୁ ହିସାବ ତା ରଖିଥାଏ ପାଖରେ।

ଧନିସାହୁ ଆଖିରେ ବସୁ ବସୁ ନିଦ ଆସେ।   

ଏତେ ଦିନ ପରେ ଚାକିରୀର ମଜା ଚାଖେ ସେ। 

ପୁଲିସ୍ ବାଲାଙ୍କର ସ୍ଥିତି ଗାଆଁ ଠୁ ସହର

ଲଢୁଛନ୍ତି କରୋନାକୁ ଯେ ନକରି ଖାତର।

ପିଲାଙ୍କର ହାତରେ ଏବେ ବଡ ମୋବାଇଲ

ଶିକ୍ଷକଙ୍କୁ ନା ଡର କପି ଚାଲେ ଖୋଲାଖୋଲି। 

ମଶାଣିରେ ଜଳୁଛି ଜୁଇ ଆତ୍ମୀୟ ଙ୍କ ବିନା

ଚାରିକାନ୍ଧ ସ୍ବପ୍ନ ଏଠି ମଣିଷ  ବାଟବଣା।

ଶ୍ରମିକ ବିଚରା ଯେ ଢୋକେ ପି ଦଣ୍ଡେ ଯିଏ

ପେନ୍ଥା ପେନ୍ଥା ସପନ ସବୁ ମଉଳି ଯେ ଯାଏ।

ଏଇ ଯେ ଶୂନ୍ଯତାରେ ପୃଥିବୀ ଟା ହେବ ଶୂନ୍ଯ

ରଖ ତୋର ଭୁଜ ଟେକି ମୋର ଚକାନୟନ।


 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics