ନଦୀ ପାର
ନଦୀ ପାର
କୈବର୍ତ୍ତ କଣ୍ଠରୁ ଶୁଭୁଚି ହରି ନାମ
ନଦୀ ପାର ହଉଛନ୍ତି ସେ
ରାମ ଲକ୍ଷ୍ମଣଙ୍କୁ ଧରି ମୁନି ବର
ପତିତପାବନି ହଉଛନ୍ତି ପାର ||
ଅତି ଭକ୍ତି ର ସହ ପାରିକଲା ନୌକା ଚାଳକ
ଯାହା ପାଇଁ ପୁରାଣ ରେ ରହି ଅଛି
ତା ନାମ ଛାର କୈବର୍ତ୍ତ
ସ୍ୱୟଂ ଦର୍ଶନ ପାଇଥିଲା ପୟରର ||
କହଇ ମୋ ମନର ଆଭାସ
ରାମ ଲକ୍ଷ୍ମଣ ଏତେ କିମ୍ପାଇ ଚିନ୍ତିତ ପଚାରିଲେ
ସେ ମୁନି ବର ଶ୍ରୀରାମ ବୋଲନ୍ତି
ବିନା ନିମନ୍ତ୍ରଣ ରେ ଆମ୍ଭେ ଯାଉ ଅଛୁ ରାଜ ଦରବାର ||
ଆହେ ପୁତ୍ର ମୋର କି ପାଇଁ
ଏତେ ବେଗ୍ରତର, ଭୟ କର ନାହିଁ
ଆମ୍ଭ ସହ ବି ଏପରି କିଛି ବି ଘଟଣା
ଘଟିବ ନାହିଁ ଏଥର ଆଗକୁ ବଢ ||
କିଛି ପଥ ଅତିକ୍ରାନ୍ତ ପରେ
ନୌକା ପାଲଟିଲା ସ୍ବର୍ଣ୍ଣ ସତେ
ଏହା ଦେଖି ସେ ନୌକା ଚାଳକ ପାଦର ରଖି ଚିହ୍ନ
ଧାଇଁଲା ଗୃହକୁ ତକ୍ଷଣ ||
