ଜୀବନରେ ଜୀବନ
ଜୀବନରେ ଜୀବନ
ସୌଦାମିନୀ ତହିଁ ଗଗନେ ଭାସଇ ଯହିଁ
ଦେଇ ସେ ପ୍ରେମର ବାର୍ତ୍ତା ପାଇ
ନଭ କେଳେ ଉଡେ ବିହଙ୍ଗ ପ୍ରଭାତେ
ଉଦାର ଆଶାର ମତେ ।
ଝରିଝରାଇ କାହୁଁ ଜଳର ଧାରା
ନଗ୍ନ ବହେ ଝାଞ୍ଜି ନିରସ ପରା
ଚନ୍ଦ୍ର ତାରା କାହୁଁ ଗଲେ ଦେଖ ଲିଭି
ନୂତନ ଢାଳେ ନାଲି ମୁରୁଜ ଖରା ।
ମେଘ ଯହିଁ ବଜାଏ ମାଦଲ
ବାଦଲ ତୁରୀରେ ଭରେ ଉଚ୍ଚ ସ୍ୱର
ଢାଳିଲା ଢାଳିଲା ନିରତ କଲ୍ଲୋଳି ଜଳ
ମାଟି କରେ ତାହାକୁ ସ୍ୱାଗତ ।
ଉଞ୍ଚା ଉଞ୍ଚା ପରବତ ଢ଼ାଳୁର ସେ ଗଡା଼ଣି
ଗଡି ଗଡି ସେହି ପାଦର ଦେଶ
ନୂତନ ସ୍ରୋତରେ ଜଳର ପ୍ରପାତ
ଚାଷୀ ମନ ଧରେ ଚାଷ ।
ମନ୍ଦିର ମାଳିନୀ ସୁନ୍ଦରୀ ଶାଳୀନି
ଯାହାର ବର୍ଣ୍ଣରେ ବର୍ଣ୍ଣାଳିନୀ
ନାବରେ ନାଉରି ଧୀରେ କେଳି କେଳି
ମନ୍ଦାକି ଶଲିଳ ଉତାରି ଚାତୁରୀ ।
ପୂର୍ଣ୍ଣ ଚକ୍ର ଭରେ ଆକାଶ ଉଚ୍ଚରେ
ଭାସଇ ମେଘ ସହ ଏକ ହୋଇ
ମନ୍ଦାକି, କଲ୍ଲୋଳି, ସ୍ରୋତସି ମିଳି
ତ୍ରିବେଣୀ ଭଂଗିନୀ ପରି ଲାଗଇ ।