ସାହିତ୍ୟ ମୋହ ଉତ୍ସବ -ଆତ୍ମପୋଷ
ସାହିତ୍ୟ ମୋହ ଉତ୍ସବ -ଆତ୍ମପୋଷ
ମାଆର ହାତେ ଚକିର କାଠ
କରି ପେସଇ ମୁଗ, ବିରି, ଭରି ମଣିଷ
ଚାଲୁଣି ରେ ଚଲାଇ ନିସ୍ଵାର୍ଥ ପଡଇ
ସ୍ଵାର୍ଥପର ଙ୍କୁ ଦିଏ ଅଟକାଇ |
ପୂର୍ଣ୍ଣ ବାର ତାକୁ କଷି ଥାଏ ଚକିରେ
କହେ ବଚନ ଏହି ପାରିରେ
ଯେତେ ସାଇତି ଥିବୁ କୁକର୍ମ
ଧରି ତତେ ନେବି କରି ବିଷମ |
ଏହି କଳି ଯୁଗ କଳି କାଳରେ
କିଏ ବା ଅଛି କାହା ସାଥିରେ
ଅଛି ଯଦି ସେହି ମନ୍ତ୍ର ର ମନି
ଧରା ଦେବେ ତୋ ପାଖରେ ଘେନି |
ପିତା ମାତା ଠାରୁ ହେଲେ ଦୂର
ଯେପରି ବୃକ୍ଷ ଅଟଇ ବନ୍ଧୁ ଏକା ପଥର
ସେହି ଖାଦ୍ୟ, ବାସ, ବସ୍ତ୍ର, ଦେଇ ଅମ୍ଳଜାନ
ଶେଷରେ ତାହାରି କାଠ ରେ ଯିବେ ସ୍ମଶାନ |
ଚକି ପରି ସାରା ଜୀବନ ପେଷି ପେଷି
ନିଜେ ଅଟେ ଏକ ପାଷାଣ
କାମ ଥିଲେ ଲୋଡ଼ିବେ ସମଗ୍ର
ସରି ଗଲେ କେହି ନୁହଁ କାହାର |
