STORYMIRROR

Debabrata Mishra

Classics Inspirational Others

4  

Debabrata Mishra

Classics Inspirational Others

ଆତ୍ମାବଲୋକନ

ଆତ୍ମାବଲୋକନ

1 min
366


ନିଜକୁ ପଚାରିଲି ପ୍ରଶ୍ନଟିଏ କିଏ ତୁ..? 

ଜୀବନକୁ ବୁଝିଛୁ ନା 

ଅବୁଝା ହୋଇ ଚାଲୁଛୁ ବାଟ, 

ଉତର ଆସେ ଭିତରୁ

"ମୁଁ" ଏକ ଅପଠିତ ଅନୁଚ୍ଛେଦ

ଲୋପ ପାଇଯାଇଥିବା 

ଶବ୍ଦ ସଂଗ୍ରହାଳୟରେ ସଂରକ୍ଷିତ ପ୍ରବାଦ ।


ଜୀବନକୁ ବୁଝିନି ବୋଲି ତ

ଲୁହ ସହ ବନ୍ଧୁତା ମୋର

ସୁଖ ମୋତେ କରିଛି ବଇରି

ମନ ଭିତରେ ଆନ୍ଦୋଳନ ଚାଲେ

ମୁହୁର୍ତ୍ତମୁହୁର୍ତ୍ତ ଅହରହ ଅହର୍ନିଶି

ନିଜକୁ ତୁଚ୍ଛ କରିଦେଇ 

ଆପଣାର ସୁଖ ପାଇଁ ଚୁକ୍ତିକରି

ନିଜକୁ ଦିଏ ମୁଁ ବିଦାରି ।


ହାତ ଅଟକିଯାଏ କଲମ ଡ଼ରିଯାଏ

କିଛି ଏମିତି ବିଡ଼ମ୍ବନା 

କିଛି ଯନ୍ତ୍ରଣା ଲେଖିବାକୁ

ସତ ଜାଣିସୁଧା ମିଛ ଲେଖି

କ୍ଳେଶ ଲୁଚାଇ ଲେଖା ସାରିଦିଏ ।


କେବଳ ଈଶ୍ବର ଜାଣନ୍ତି

ଏ ଦେହକଥା ମନକଥା ଆତ୍ମକଥା, 

ବେଳେବେଳେ ଯୋଗ୍ୟତା 

ବହୁତ କନ୍ଦାଏ ଲୁହରେ ଭସାଏ

ମନ, ଦେହ, ଆଖି ଓ ତକିଆ

ନା କହି ହୁଏ କାହାକୁ ନା ହୁଏ ସହି

ଥରେ ଜନ୍ମନେଲା ପରେ 

ଆଉ ଜମା ସରେନାହିଁ ବ୍ୟଥା ।


ଆତ୍ମାକୁ ଦେଖିବାକୁ ଥରେ ଆସ

ମନ ଚିରି ଥରେ ମାତ୍ର କର ପ୍ରବେଶ

ନା ମୁଁ ହନୁମାନ ନୁହେଁ

ଦେଖାଇପାରିବି ଛାତି ଚିରି

ନା ମୋ' ତୁଣ୍ଡରେ ଗାଏ ସଦା

ଭକ୍ତ ପ୍ରହଲ୍ଲାଦ ପରି ଶ୍ରୀହରୀ ଶ୍ରୀହରୀ, 

ଯଦି ପାରିବ କରି ଅନୁଭବ

ଜାଣିବ ଶୁଣିବ ଏ ଆତ୍ମାଭିତରେ 

ଥିବା କୋଇଲିର କରୁଣ ଡ଼ାକ

ଆସ ଦେଖିଯାଅ ଯିଏ ଚାହଁ ଯେବେ

ଏଠି କେହି ଜଗି ନାହାଁନ୍ତି ପ୍ରହରୀ। 




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics