STORYMIRROR

Debabrata Mishra

Abstract Classics Inspirational

4  

Debabrata Mishra

Abstract Classics Inspirational

ସବୁ ତୋ' ପାଇଁ ମା'

ସବୁ ତୋ' ପାଇଁ ମା'

1 min
265


ଜନମଠୁ ମରଣ ଯାଏ

ତୁଚ୍ଛ ଶକ୍ତି ମୋର 

ଶୂନ୍ୟ ପ୍ରାୟ ଭକ୍ତି ମୋର

ଅଟକି ଯାଏ ସବୁ ବୁଦ୍ଧି ଜ୍ଞାନ 

ତୋର ଚରଣରେ ଶରଣ ଯାଏ ।


ସବୁ ତୋରି ଆଶିଷରେ

ତୋରି ଇଛାରେ 

ହୁଏ ସଙ୍ଗଠିତ, ଅନୁଷ୍ଠିତ

ଦୁନିଆରେ ତୁ ହିଁ ସୁନ୍ଦର ମା'

ଲୀଳା ତୋର ସର୍ବବ୍ୟାପୀ ପ୍ରସାରିତ 

ବାକି ସବୁ ତ ସଙ୍କୁଚିତ

ମୋହ, ମାୟାରେ ଗ୍ରାସିତ ।


ନବଜାତକର କୁଆଁକୁଆଁ କାନ୍ଦଠାରୁ

ବାର୍ଦ୍ଧକ୍ଯର ଅସହାୟତା ଓ ଅଭିଜ୍ଞତା ଯାଏ

ସବୁ ତୋରି ପାଇଁ ତ ହୁଏ

ତୁ ହସାଉ କନ୍ଦାଉ ବୁଝାଉ

ତୋ' ଆଗରେ ଢାଳେ ଲୁହ

ତୁ ଦେଖିପାରୁ ଛାତି କୋହ

ମୁଁ କେତେ କାନ୍ଦେ ଏକା

ଏକା ତୁ ହି ତ ଜାଣୁ ।


ତୋ' ଦ୍ୱାରା ଲେଖୁଥାଏ

ତୋ' ପାଇଁ ଲେଖୁଥିବି 

ସମାଜର ସତ କଥା

କୋଟି ମନର ଦୁଃଖ କଷଣ ବ୍ୟଥା

ଲେଖିବି କହିବି ପଢିବି

ଏତିକି ଶକ୍ତି ଦେଉଥା ଲୋ ମା ।


ତୁ ମା' ସରଳରେଖାରେ ଶାରଳା

ତୁ ମା' ବିଶାଳ ମନର ବିମଳା

କୋଟିକୋଟି ନମସ୍କାର ତୋତେ

ଭୁଲ୍ ହେଲେ କ୍ଷମା ଦେବୁ ମୋତେ

ପାପ କଲେ ନାଶିବୁ ଲୋ ।


ବଞ୍ଚାଇ ରଖିଥା ଲୋ ମା'

ତୋ' ପାଇଁ ତୋ ପାଇଁ

ତୋତେ ଲେଖିବି ତୋ

ତୁ ପରା ବୀଣାପାଣି ସରସ୍ୱତୀ

ଶବ୍ଦ ବଞ୍ଚି ରହୁ ମନେ ମୋର

କଲମ କହୁଥାଉ କଥା ସମାଜର

ସବୁ ତୋ ପାଇଁ ମା' 

ସବୁ ତୋର କରୁଣା ପାଇଁ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract