STORYMIRROR

swagatika mishra

Classics

4  

swagatika mishra

Classics

ଅମର ବନ୍ଧୁତ୍ବ

ଅମର ବନ୍ଧୁତ୍ବ

1 min
306

ବନ୍ଧୁତ୍ବ ଶବ୍ଦର ସଂଜ୍ଞା ତ ନାହିଁ,

ବର୍ଣ୍ଣନା କରିବି କିପରି ମୁହିଁ।


ଆତ୍ମିୟ ସ୍ବଜନ ଠାରୁ ନିଜର,

ମିତ୍ରତା ଆଗରେ ସବୁ ତ ଛାର।


ଏମିତି ସେମିତି ନୁହେ ସମ୍ପର୍କ,

ଜୀବନର ଏକ ଅଭୁଲା ଅଙ୍କ।


ପ୍ରତି ମୁହୂତ୍ତେ ସାଥେ ନଥାଏ,

ତଥାପି ହୃଦେ ପାଖେ ବସିଥାଏ।


ସମସ୍ୟା ଆସିଲେ ନକର ସଙ୍କ,

ସମାଧାନ ପେଢି ଏହି ସମ୍ପର୍କ ।


ଦୁଃଖ ପଡିଗଲେ ଘୋଡଣି ହୁଏ,

ସୁଖ ସମୟରେ କାନ୍ଧ ମିଳାଏ।


ଆଖିରେ ଆଖିରେ ବୁଝି ପାରଇ,

ଭାଷା ପ୍ରକାଶର ଜରୁରୀ ନାଇଁ।


ସମ୍ପର୍କର ଏହି ଅତୁଟ ପଣ,

କୃଷ୍ଣ ସୁଦାମାର ଉଦାହରଣ।


ଦ୍ବାପର ହେଉ ବା କଳି ଯୁଗର,

ବନ୍ଧୁତ୍ବ ଅମର ଯୁଗ ଯୁଗର।


ସଚା ବନ୍ଧୁତ୍ବଟେ ଯେବେ ପାଇବ,

ଖୋଲା ହୃଦୟେ ଆପଣାଇ ନେବ।


ବନ୍ଧୁତ୍ବକୁ ଦେଇ ସମ୍ମାନ ମୋର,

ଲିଖନି ଲେଖିଛି ଏହି ପ୍ରକାର ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics