STORYMIRROR

swagatika mishra

Inspirational

4  

swagatika mishra

Inspirational

ବାପା..ମୋ ବାପା...

ବାପା..ମୋ ବାପା...

1 min
430

ଜୀବନରେ ଭାଗ୍ୟବାନ ଆଜି ସେ ମନୁଷ୍ୟ

କନ୍ୟା ଜନ୍ମକରି ଯିଏ ପାଳିଲା ବରଷ।।

ସବୁ ବାପା ମାଆ ଭାଗ୍ୟେ ନାହିଁ ସେହି ଝିଅ

ପାଳିବା କ୍ଷମତା ଦେଖି ବର ଦେଲେ ଦିଅଁ।।

ଦୁହିତା ମୁହଁରେ ଦେଖି ହସ ଟିକେକର

ଦିନକର ପରିଶ୍ରମ ପାଷୋରି ଦେବାର।।

ଇନ୍ଦିରା ଠାରୁ ପ୍ରତିଭା କାହାକଥା ଭାଇ

ପିଅର ଆର୍ଶିବାଦରୁ ଆଗରେ ଚାଲଇ।।

ବାପା ବୋଲି ଡାକିଦେଲେ ଥରୁଟିଏ ସେଇ

ସବୁ କାମ ଛାଡି କରି ଦଉଡି ଆସଇ।।

ତାତ ଥିବା ସୁତା ସଦା ଗେହ୍ଲା ବରଷର

ନିର୍ଭୟେ ନିଶ୍ଚିନ୍ତେ ଚାଲେ ଜୀବନ ରାସ୍ତାର।।

ଓଠରେ ସେ ହସ ଆଉ ମୁହଁରେ ଚମକ

ଜନକ ଆଖି ପିତୁଳା ଅଟେ ସେ ତାରକ।।

ଝିଅ ନୁହେଁ ସିଏ ଆଜି ରାଜଜେମା ସମ

ବୋଝ ବୋଲି ହୃଦୟରୁ ଦୂରେ ଦିଅ ଭ୍ରମ।।

ବାପା ଶବ୍ଦ ଅର୍ଥକୁ ତ ଚେଷ୍ଠା କର ବୁଝି

ଏମିତି ସେ ଋଣ କେବେ ପାରିବନି ସୁଝି।।

ଜୀବନରେ ଭାଇ ଯଦି ପୂଣ୍ଣ କରିଥିବ

ତନୟା ଥିବା ପିତାକୁ ସମ୍ମାନ କରିବ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational