STORYMIRROR

LALIT MOHAN DASH

Abstract Classics Inspirational

4  

LALIT MOHAN DASH

Abstract Classics Inspirational

ମୋ ଆରାଧ୍ୟ ଠାକୁର

ମୋ ଆରାଧ୍ୟ ଠାକୁର

1 min
399


ହେ ହେ

ହେ ମୋର ଆରାଧ୍ଯ ଠାକୁର

 ମୋର ମାନସ ମନ୍ଦିରେ

ସ୍ମୃତିରେ ସାଇତା ତୋ କଳେବର ।


ହେ ମୋର ଆରାଧ୍ଯ ଠାକୁର 

ମୁଁ ଅଛି ଶରୀରରେ ତୁମେ ଅଶରୀର

ମୋ ପାଇଁ ତୁମେ ସଦା ଚଳନ୍ତି ଠାକୁର

ନ ଦେଖିଲେ ନାହିଁ ତୁମକୁ

ଦୟା କରୁଛ ସର୍ବଦା ଆମ୍ଭମାନଙ୍କୁ

ନ ଦିଅ ଦରଶନ ନ କୁହ କଥା

ସଦା ତୁମେ ବୁଝିଥାଅ ମୋରି ବ୍ଯଥା

ତୁମରି ନିର୍ଦ୍ଦେଶ ଚାଲଇ

ପ୍ରତିକ୍ଷଣେ ତୁମ ରୂପ ସଦା ଦେଖଇ

ସବୁବେଳେ ରହିଥାଅ ମୋ ଅନ୍ତର ।


ହେ ହେ

ହେ ମୋର ଆରାଧ୍ଯ ଠାକୁର

ତୁମେ ମୋର ଧନ ତୁମେ ମୋର ଖୁସି

ତୁମ ନାମ ଧରି ତୁମ ଗୁଣ ଘୋଷି

ବଞ୍ଚିବା ଶିକ୍ଷିଛି ଏହି ସଂସାରରେ

ସର୍ବଦା ଅଦୃଶ୍ଯେ ଥାଅ ମୋରି ପାଖେରେ

ସାହାଯ୍ଯ ସର୍ବଦା ପାଉ ଥାଇ.

ମୋତେ କେବେ ଦୂରେଇ ଦେବ ନାହିଁ

ସର୍ବଦା ଖୋଜି ବୁଲଇ ମନ ମୋ'ର ।


ହେ ହେ

ହେ ମୋର ଆରାଧ୍ଯ ଠାକୁର

ବଞ୍ଚିଥିବା ଯାଏ ମୋରି ମନରେ

ସାଇତି ରଖିବି ସାତ ସିନ୍ଦୁକରେ

ମୋ ଠାରୁ କେହିତ ଛଡାଇ ନେବେନି

ବଞ୍ଚିଥିବ ଯାଏ ମୁଁ ଜମା ଭୁଲିବିନି

ଆସି ଚାଲିଯାଅ ମୁଁ ନ ପାଇ.

କେତେ ଖୋଜେ କେଉଁଠି ପାଏ ନାହିଁ

ତଥାପି ରହିଛ ତୁମେ ମୋ ମନର ।


ହେ ହେ

ହେ ମୋର ଆରାଧ୍ୟ ଠାକୁର

ତୁମ ଗୁଣ ଗୁଣି ପାଦ ଚାଲେ ଗଣି

ତୁମେ ମୋର ସୁନା ହୀରା ଖଣି

କେହି ନାହିଁ ମୂଲ୍ୟ ତୁମରି ସମାନ

ତୁମେ ତ ମୋର ପତିତପାବନ

ସଂସାରେ ପତିତ ମୁଁ ଅଟଇ

ନିଷ୍ଠୁର ହୋଇଲେ ଜଗତ ସାଇଁ

ପ୍ରଣାପାତ ଶେଷ ରଖିଲି ମୋହର ।


ହେ ହେ

ହେ ମୋର ଆରାଧ୍ଯ ଠାକୁର ।

 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract