ପ୍ରେମ
ପ୍ରେମ
ମୁକ୍ତ ଆକାଶରେ ଭାସଇ ଯେବେ
ମେଘ ସହ ବାଦଲ
ଦିଶେ ତୋର ଫୁଲ ପରି ଶଶୀ ର
କି ସେ ମନୋହର ||
ନାଚି ନାଚି ହସି କହେ
ସେ ପୁଷ୍କରିଣୀ ରେ କଇଁ
ଜହ୍ନ ଆଜି ତାକୁ ସତେ କି
ଦେଉଛି କିଛି ଉପହାର ||
ମେଘ ସହ ଜହ୍ନ ର ଯେଉଁ
ମିଳନ ସମାହାର
ଦେଖିଲେ ଲାଗୁଚି କି ମଜାଦାର
ସତେକି ଶଶୀ ଆଜି କଇଁ ର ବିବାହ ଘର ||
କଇଁ ଫୁଲେଇ ରାଣି ଜହ୍ନ କୁ ଦେଖି
ଖେଳେ ଲୁଚକାଳି
ମେଘ ସହ ମିଶି ଜହ୍ନ ଖୋଜେ
ଲାଗେ ଯେମିତି ଦୌଡ଼ିଲା ପରି ||
ତାରା ଗଣ ଦେଖି ଏହି
ମନ ଲୋଭା ଦୃଶ୍ୟ
କହୁଛନ୍ତି କଇଁ କି ଥଟ୍ଟା କରି
ଏ ମିଳନ ଯୁଗ ଯୁଗ ଧରି ||
ଜହ୍ନ ସହ ତୋର ଏ କି ବନ୍ଧୁତ୍ୱ
ଏମିତି କେମିତି ହୋଇଛି
ଦୂର ରାଇଜର ସେ ରାଜକୁମାର
ପାଇଲା ତତେ ଭଲ କିପରି ||
ଲାଜେ ଲାଜେ କଇଁ ଦେଲା ବତାଇ
ମୁଁ ବା ଏ ଛନ୍ଦ କି ଜାଣିଛି
ତତେ ଯିଏ ଗଢିଛି ମତେ ସେ ଗଢିଛି
ସେହି ହିଁ ଏ ସଂଯୋଗ ଯୋଡ଼ିଛି ||

