Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

KRUTIBAS NAYAK

Romance

3  

KRUTIBAS NAYAK

Romance

କବିତା ପର୍ବ : ଗୀତି କବିତା-10 : ମାଟି : -ଡକ୍ଟର କୃତ୍ତିବାସ ନାୟକ

କବିତା ପର୍ବ : ଗୀତି କବିତା-10 : ମାଟି : -ଡକ୍ଟର କୃତ୍ତିବାସ ନାୟକ

1 min
164



ମାଟିର ପିଣ୍ଡରୁ ଛାଡ଼ିଗଲେ ପ୍ରାଣ ସିଏ ତ ମରଣ ନୁହେଁ,

ଅସଲ ମରଣ ପ୍ରେମ କରୁକରୁ ଯଦି ପ୍ରତାରଣା ହୁଏ | (ଘୋଷା)


ମୁହଁର ହସକୁ ଦେଖିଦେଲେ ତୁମେ ବୁଝିବନି ସୁଖୀ ବୋଲି,

ଅନ୍ତର ଯଦି କାନ୍ଦୁଥାଏ କା'ର ସେ ହସ ଛଳନା ଖାଲି |

ମନର ବ୍ୟଥାକୁ ବୁଝିବାକୁ ଅବା ସମୟ କାହାର ଥାଏ ?

ମାଟିର ପିଣ୍ଡରୁ ଛାଡ଼ିଗଲେ ପ୍ରାଣ ସିଏ ତ ମରଣ ନୁହେଁ | (1)


ଅପସରି ଗଲେ ମରମ ତଳକୁ ପ୍ରଣୟର ନୂଆ ତାତି,

ବେସୁରା ହୋଇବ ପ୍ରୀତି ରାଗିଣୀର ଆମର ଜୀବନ ଗୀତି |

ଆସ ଆଉଥରେ ଧରାଧରି ହୋଇ ବଞ୍ଚିବା ଶିଖିବା ଦୁହେଁ |

ମାଟିର ପିଣ୍ଡରୁ ଛାଡ଼ିଗଲେ ପ୍ରାଣ ସିଏ ତ ମରଣ ନୁହେଁ | (2)



Rate this content
Log in

Similar oriya poem from Romance