STORYMIRROR

pratap nayak

Abstract Romance Classics

3  

pratap nayak

Abstract Romance Classics

ତାରା

ତାରା

1 min
206


ହୁଅନ୍ତିକି ମୁଁ ସନ୍ଧ୍ୟା ତାରା

ମିଟି ମିଟି ହୋଇ ଲୁଚି ହସୁଥାନ୍ତି

ନିଇତି ଦିଅନ୍ତି ତତେ ଧରା

ହୁଅନ୍ତିକି ମୁଁ ସନ୍ଧ୍ୟା ତାରା


ହୁଅନ୍ତିକି ମୁଁ ଧ୍ରୁବ ତାରା

ଯୁଆଡ଼େ ଚାହାନ୍ତୁ ଯେମିତି ଦେଖନ୍ତୁ

ସହଜେ ମିଳନ୍ତି ତତେ ପରା

ହୁଅନ୍ତିକି ମୁଁ ଧ୍ରୁବ ତାରା


ହୁଆନ୍ତିକି ମୁଁ ଲାଞ୍ଜା ତାରା

ଅଶୁଭ ଭାବିକି ବୁଜିଲେ ତୁ ଆଖି

ଧସି ପଶିବି ତୋ ମନ ସାରା

ହୁଆନ୍ତିକି ମୁଁ ଲାଞ୍ଜା ତାରା


ହୁଅନ୍ତି କି ସପ୍ତଶ୍ରୀ ତାରା

ଦିଗ ଚିଂହେଇକି ସପନ ବାଟନ୍ତି

ଗୁମରନ୍ତୁ ମତେ ରାତି ସାରା

ହୁଅନ୍ତି କି ସପ୍ତଶ୍ରୀ ତାରା


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract