STORYMIRROR

pratap nayak

Abstract

2  

pratap nayak

Abstract

ନାରୀ ସ୍ୱାଧିନତା

ନାରୀ ସ୍ୱାଧିନତା

1 min
2.8K

ଜଗତୀ କରଣର ପଶା ପାଲିରେ 

ସ୍ୱେଚ୍ଛାଚାରିଣୀ ନହେଉ ସେ ନାରୀ 

ସ୍ୱାଧିନତାର ଡିଣ୍ଡିମ ପିଟାରେ 

ବଧୀରା ନକରୁ ନିଜଜୁ

କେମିତି କହିବ ସେ ନିଜକୁ 

ସବୁ ପୁରୁଷମାନଙ୍କ ମନ ନାହିଁ 

ଦେହ ନାହିଁ ନାହିଁ ବିବେକ 

ସମସ୍ତେ ଜଣେ ଜଣେ ଚମଡା ତଳେ

 ନିଷ୍ଠୁର ଆପତ୍ତି ଜନକ

ସମାଜକୁ କରିଛି ରଂଗଶାଳା

ବୃନ୍ଦାବନେ ଖେଳେ ସିଏ 

ହୋଲି ମହିଳା ରକ୍ତରେ ମା ର ଲହୁରେ

ଅାରେ ଏ କଣ.....ଏ କଣ ମା 

ମା ହେବା ପାଇଁ ଶାବକଟେ ଲୋଢା 

ଆଉ ସେପାଇଁ ପୁରୁଷ 

ହସିଦେଲା ମହିଳା ମନଟା 

ଶାବକଟା ପୁରୁଷବି ହେଇପାରେ 

ନାରୀ ବ୍ୟତିରକେ

ଅନ୍ତଫାଡି ଜନ୍ମେଇଛି 

ପିନ୍ଧା କାନି ତଳେ ବଢେଇଛି 

ରୋଗବ୍ୟାଧିରୁ ରକ୍ଷାପାଇଁ ମନ୍ଦିର ଯାଇଛି 

ପଥର ପୂଜିଛି 

ହେଲେ ସେହି ସାବକକୁ ପୁରଷ କରିବା ପାଇଁ 

ସେ କରିଛି କଣ 

ପ୍ରକୃତରେ ସେ କରିଛି କଣ

କଂଚାମାଟିତ ତା ହାତେ 

ତା ହାତେ ବି ଗଢାହୁଏ ପୁଅର ଶୈଶବ

କାହିଁକି ଭରିଛି ହଳାହଳ ମନରେ ଚକ୍ଷୁରେ 

ଆତ୍ମାରେ ତାର 

ଖୋଜୁଛି ପୁରୁଷ ପ୍ରଧାନ ହାଟରେ 

ନାରୀ ସୁରକ୍ଷାର ଔଷଧ

ପଚାରୁଛି ଆକୁ ତାକୁ 

ଆଉ ପାଳୁଛି ନାରୀ ଦିବସ 

ବିଶ୍ୱ ନାରୀ ଦିବସ

ବର୍ଷକର ସବୁ ଦିନତ ତା'ର 

ସେହି ମାର ସେହି ଭଉଣୀର ସେହି ଝିଅର 

କଣ ପାଇଁ ଖୋଜେ ସିଏ ଦିନଟିଏ ତାହାରି ଭିତରୁ

ବାଜେଣୀ ବଜାଏ ତାର ସ୍ୱାଧିନତାର 

ସ୍ୱେଚ୍ଛାଚାରିତାର

କଣ ପାଇଁ ଖୋଜେ ସିଏ ଦିନଟିଏ ତାହାରି ଭିତରୁ

ବାଜେଣୀ ବଜାଏ ତାର ସ୍ୱାଧିନତାର 

ସ୍ୱେଚ୍ଛାଚାରିତାର ଆନ୍ତର୍ଜାତିୟ ମହିଳା ଦିବସର 


Rate this content
Log in

Similar oriya poem from Abstract