STORYMIRROR

pratap nayak

Abstract Fantasy

3  

pratap nayak

Abstract Fantasy

ଛାଇ ଆଲୁଅ

ଛାଇ ଆଲୁଅ

1 min
11.8K


ଛାଇ ଆଲୁଅ ଖେଳରେ

ସତଋପା ପାହାଡ ବି ସଜେଇ ହୁଏ 

ରଙ୍ଗଣୀ ରଙ୍ଗରେ 

ଓଠରୁ ଶୁଭ୍ରତାର ହସଝରି ପଡେ

ନିମସକେ ଫୁଲେଇ ପବନ 

ଉତ୍ତାରି ନିଏ ବି ତା ଉତ୍ତରୀୟ

କମନୀୟ ଋପକାନ୍ତି ଝରିପଡେ 

ତା ବିଦାରୀ ପଡିବା ଛାତିରୁ 

କଳା ହାଣ୍ଡିଆ ବାଦଲ ଫାଙ୍କରୁ 

ମୋ ହାତ ଛାଇକୁ ବି କରିପାରେ ଘୋଡା

କଳା ମଚ୍ ମଚ୍ ଉଡନ୍ତା ଠାଣିରେ


ଏସବୁ ଯାଏ ଆସେ ମୋର କେତେ 

ମୁଁ ରକେଟ୍ ଉଡାଏ 

ପିନ୍ ପିନ୍ ପବନ ସୁଅରେ

ଛାଇ ଆଲୁଅର ଖେଳେ 

ମପାହୁଏ ମୋ ବୌଦ୍ଧିକତା

ଉଷୁମ ପରିକା ଜଡେଇ ରଖେ 

ମୋ ତନୁ ମନ ଆନନ୍ଦ ଉଲ୍ଲାସେ

ସପଥର ବେଳ ସରିଗଲା ପରେ 

ମୋ କାଗଜ ରକେଟ୍ 

ମୁହଁ ମୋଡି ପଡେ

ସତେକି ହାଲିଆ ହୋଇ 

କରୁଥାଏ ତାର ଶକ୍ତିର ସଞ୍ଚୟ

ସେ ସବୁରେ

ମୋର ଯାଏ ଆସେ କେତେ

ଛାଇ ଆଲୁଅ ଖେଳରେ ମୁଁ ଖେଳୁଥାଏ

ଛାଇ ଆଲୁଅ ଖେଳରେ ମୁଁ ଖେଳୁଥାଏ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract