STORYMIRROR

pratap nayak

Romance

3  

pratap nayak

Romance

ଆକାଶ

ଆକାଶ

1 min
247

ଆକାଶ ଛାତିରେ ଦେଖିଛକି ତୁମେ

କେତେ ହସ ଲୁହ କାନ୍ଦ,

ଦେଖିଛକି ସେଠି ଲାଜେଇ ପ୍ରିୟାର 

ପାଦ ପଡେ କେତେ ମନ୍ଦ l


ତାରି ଭିତରେ ସାଇତା ସତେକି

ଆଶାର ପ୍ରୀତି ଝରଣା,

କଣେଇ କଣେଇ ହାଣି ଦିଏ ସିଏ

ମନରେ କେତେ ବାଜଣା l


ନିର୍ମଳ ଶାଶ୍ଵତ ଅନ୍ତରୀକ୍ଷ ତାର

ବୁଣି ଦିଏ ମଧୂମାସ,

ସକଳ ଯାତନା ସହି ଯାଏ ପୁଣି

ନ କରି ଦେହରେ ରୋଷ l


ଅଭିମାନୀ ସିଏ ୠଷି ଯାଇ କେବେ

ବା ବତାସି କି ଆଣେ,

ମାନ ତେଜି ପୁଣି ପଣତରେ ତାର

ପ୍ରୀତିର ଗଜଲ୍ ବୁଣେ l


ଭାରି ନିରୀମାଖି ତ ଚଞ୍ଚଳ ଆଖି

ମୋ ଆଖିରେ ସପନ ଭରେ,

ତା ମୁହଁକୁ ଦେଖି ନିଇତି ସକାଳୁ

ଦିନ ମୁଁ ଆରମ୍ଭ କରେ l



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance