STORYMIRROR

pratap nayak

Abstract

3  

pratap nayak

Abstract

ଶୀତ ଅନୁଭୂତି

ଶୀତ ଅନୁଭୂତି

1 min
274


କାହିଁକି କପଟ କରୁ ?

ତୁ ଏତେ 

ଆସିବା ପାଇଁକି

ହେଲା ଆସି ସଞ୍ଜବେଳ 

ଋତୁବତୀ ମା ତୋର 

ଝରିଯିବ କାହିଁ 

ସେହି ନିଦାଘ ସଂସାରେ


ଏମିତି ଦୂରେଇ ରହିବା 

ତୋର କଣ ଠିକ୍ ହେଲା 

ତୋର କଣ ଠିକ୍ ହେଲା 

ଟିକେ ଆସୁନୁ କି କଣେଇଁ ଚାହୁଁନୁ?


କୁଆଁର ପୁନେଇ ଯାଇ 

ପଞ୍ଚୁକ ଆସିଲା

ତୋ, ଭଉଣୀ ଆଗେ ଆସି କେତେ 

କେତେ ଭିଜେଇଲା

ଭିଜୋଉଛି ବି ସିଏ ଆଜି ଯାଏ 

ତୋ ଆସିବାର ଡେରି ଦେଖି 

କଅଁଳ କିଆରିରେ 

ଉଧୋଉନି ବି ବିରି ମୁଗ

ଧାନ କିଆରି ବି କାନ ଡେରିଛି 

ତୋ ଆସିବା ବାଟକୁ ଝୁମିବ ସେ 

ତୋ ସକାଳ ପରସେ ।


ଅଭିମାନିନୀ ଗୁମାନ କରିଛି 

କାହିଁକି ବୁଝୁନୁ ତୁ ତା ମନକଥା

ପାକେଇ ଆଇ ମୋର 

କେତେ ଗାଳିଦିଏ 

ତୋ ଆଗମନିରେ 

ଦେଖୁଛି ମୁଁ 

ଅଜା ପାନଡାଲାରୁ 

ପାନଖିଲ କଲା ବେଳେ 

ସେ ବି କହୁଣି ଠେସୁଛି 

ଖିଲିଖିଲି ହସି 

ତୋ ଡେରିହବା ଜାଣି 

ସିଏ ବି ଖୋଜୁଛି


ଆସିବୁନା ଡ଼ଙ୍ଗାଭସା ଦିନ 

ସେହି ମଧୁମାଳତି ପିଠିରେ

ଖୋଜୁଛୁ ଆମେ ସବୁ ତତେ 

ସ୍ଥାବର ଜଙ୍ଗମେ ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract