STORYMIRROR

pratap nayak

Thriller

3  

pratap nayak

Thriller

ତୁ ଏକା ଈଶ୍ୱର

ତୁ ଏକା ଈଶ୍ୱର

1 min
261

ତୋ ଦେହରେ ଯିଏ 

ମୋ ଦେହର ସିଏ 

କାଠପଥରରେ 

ମଣିକାଞ୍ଚନରେ

ପିଣ୍ଡ ବ୍ରହ୍ମାଣ୍ଡ ପୁଣି କାୟାକଳ୍ପ

ସବୁଠି ଥାଏ କେଉଁଠି ନଥାଏ

ଦେହ ବିଦେହ ମାୟା ମିରିଗ

ପାଷାଣି ଅହଲ୍ୟା ପରି ତାର ପ୍ରାଣ

ନିଶ୍ୱାସ ନିଏ ପୁଣି ନିଶ୍ୱାସ ନିଏନା

ଭାବଚେତନାର କଳ୍ପବଟଟିଏ

ଭାରି ଅଭିମାନୀ ଭାରି ନିରିମାଖି 

ବହୁତ କୋମଳ ଆଉ ପାଷାଣ ବଧିର ବି

ଚିନ୍ତାଶୂନ୍ୟ ପୁଣି ଚିନ୍ତାତିତ

ଏମିତି ଋପଅଋପର ସମାହାର

କ୍ଷଣିକ ମିଳନ ସଚରାଚର ପୂର୍ଣ୍ଣ

କ୍ଷଣିକ ମିଳନ ସଚରାଚର ପୂର୍ଣ୍ଣ

ତୁ ଏକା ଇଶ୍ୱର

ତୁ ଏକା ଇଶ୍ୱର ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Thriller