ଜହ୍ନ ରାତି
ଜହ୍ନ ରାତି
ରାତି ପର୍ବତରେ ଜହ୍ନ ହୋଇ
ତୁ ଯେବେ ଖେଳୁଥାଉ ଲୁଚକାଳି
ସେହି ବାଦଲ ମେଳରେ
ହାତ ଠାରି ଡାକିବାକୁ ମନ ହୁଏ ମୋର
ତୁ ଚାଲୁଥାଉ ଯେ ଚଲୁଥାଉ
କାଳେ ଝୁଣ୍ଟିପଡ଼ିବୁ
ଅଟକି ଯାଏ ମୁଁ ବରାବର ।
ଚହଟ ଚିକ୍କଣ ଆକାଶ
ଫୁଲେଇ ତାରାର ଜଙ୍ଗଲ ଭିତରେ
ସୁଲୁସୁୁଲିଆ ପବନ ଡଙ୍ଗାରେ
କାତ ମାରୁ ଥାଏ ବେଶି ବେଶି
ଥାକିବାର ନାମ ନିଶାଣ ମୋର ତ ନଥାଏ
ଉନ୍ମାଦିତ ହୁଏ ମୁଁ ଅଧିକୁ ଅଧିକ ।
କାଲିପରି ଚାଲିଯିବ ଜହ୍ନରାତି
ସରିଯିବ ସବୁ ଦୁଃଖ ଅଭିମାନ
ରହିଯିବ ଭାବନା ତଳର ଗୀତି
ବଢୁଥିବ ଛାତି ତଳ ଭିତ୍ତି
ପଡୁଥିବ ମନେ ମୋର ବାରମାସି
ପ୍ରୀତିର ସଙ୍ଗୀତ
ଆନମନା ହୋଇ ଖୋଜୁଥିବି
ସେହି ଜହ୍ନରାତି
ସେହି ଜହ୍ନରାତି ।