STORYMIRROR

pratap nayak

Romance

3  

pratap nayak

Romance

ପ୍ରେମ

ପ୍ରେମ

1 min
11.8K


ପ୍ରେମ ଏକ ଏମିତିକା ଫଳ 

ସହଜରେ ମିଳେ ବୋଲି ଭାବିଦେଲେ

କାହିଁ ଚାଲିଯାଏ ଅନେକ ଦୂରକୁ

ନଇର ଗଡିଲା ପାଣି ପରି 

କେତେ ସୁକୁମାରୀ ସତେ

ସେମିତି ଭାସିଚାଲିଥିବ

କୂଳ କିନାରା ନପାଇଲା ଯାଏ 

ସପନ ବଣିକ ଠୁ ଚୋରେଇବ ସ୍ୱପ୍ନ 

ବିକିବ ହାଟରେ ନେଇ 

ଦି ପଇସା ମୂଲ 

ପ୍ରାରମ୍ଭିକ ସୁଲୁସୁଲିଆ ବାଆରେ 

ହଜେଇ ତା କିଆଁରୀ ବସନ୍ତ 

ଗୁନ୍ଥୁଥିବ ମାଳା କରି 

ଚଇତି ଆକାଶ ତାରା

ଝିପିଝିପି ଶ୍ରାବଣର ତାଳେତାଳେ

ଖୁନ୍ଦିଖାନ୍ଦି ଚଦରର ଆବରଣ ତଳୁ

ବୁଲୁଥିବ ରାଜ୍ୟ ପରେ ରାଜ୍ୟ

ସିଏ ଏକ ଏପରି ଶବଦ 

ଶୁଭୁଥିବ ଏକା ତାକୁ 

ହାତୁଡି ପାହାର ପରି 

ଫାଂକା ଛାତି ତଳୁ

ପରଷିବ ମନ ତାକୁ 

ଲିଭେଇ ଜତନରେ ସବୁ 

ମିଶାଣ ଫେଡାଣ 

ସେହି ଏକା ପ୍ରେମ 

ଯାହାକୁ ସିଲଟରେ ଲେଖି 

ଲିଭେଇବି ହୁଏ

ମନରୁ ପାଶୋରି ରଖିହୁଏ ହୃଦୟରେ 

ତୋଠାରୁ ନେଇ 

ମୋ ପାଖେ ପରଶି ବି ହୁଏ 

ନିରୁତା ଶବଦ 

ନିରୁତା ହୃଦୟ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance