STORYMIRROR

pratap nayak

Abstract

3  

pratap nayak

Abstract

ହସ

ହସ

1 min
12.2K

ଖୁସିର ମିଜାଜରେ ଅବକାଶ ଖୋଜା 

ବିସ୍ଫାରିତ ନୟନଯୁଗଳ 

ସୁଚାଏ ସେ ମନର ଭାବନା

ଓଠ ଖୋଲେ ଅବା ପ୍ରସାରିତ 

ମୁକ୍ତାପରି ଦନ୍ତ ପଂକ୍ତି

କିବା ମୁରୁକି ହସାର 

ଅକୁହା ଆନନ୍ଦ 

ଆଲ୍ହାଦିତ ବିଶ୍ୱ ଋପକ 

ସିଂଦୁକ ଭିତରୁ 

ଅତିତରୁ ସାଉଁଟି 

ବର୍ତ୍ତମାନରେ ପ୍ରକାଶ କରିବାର ଅଂଗିକାର 

କେମିତୁ ବୁଝିଲୁନି

ନା ମୁଁ ବୁଝେଇ ପାରିଲିନି

ତଥାପି ରକ୍ତିମ ଚିବୁକ ସୂଚାଏ,

ମହୋଦଧିରୁ ଅଂଟିଏ ସାଉଁଟି 

ଏକାଠି କରିବାର ଦୁର୍ବାର ପ୍ରତିଜ୍ଞା

ଗ୍ରାସିଯାଏ ସଚରାଚରକୁ

ଅରୁଣିମାରୁ ରଂଗ ଚୋରେଇ 

ବିନ୍ଦି କରି ନାଇବାର ବେଳ 

ଅବା ଗୋଟାଏ ଖଟରେ 

ନିଜକୁ ପାଇବାର ବେଳ 

ସେହି ଚିର ସବୁଜ ଆହ୍ଲାଦିନି ହସ 

ସେହି ଚିର ସବୁଜ ଆହ୍ଲାଦିନି ହସ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract