STORYMIRROR

pratap nayak

Others

3  

pratap nayak

Others

କରୋନା

କରୋନା

1 min
11.8K


ଅଝଟିଆ ଅଇନା କହିଲା 

ଏତେ ମୁଁ ଦେଖିପାରିବିନି 

ତୋ ମୁହଁ 

ତୋ ସମ୍ମୋହନ ମତେ ବାୟାଣୀ କଲାଣି 


ମେଘମାଳା ବି ମନାକରିଦେଲେ 

ବରଷିବେନି ତୋ ମଥାନରେ

ଯଦି ଶମ୍ବୁନାଥ ପରି ରଖିଦେଉ ଜଟାରେ

ମରି ଯିବେନି ବନାନୀ କୂଳ?


ଶୀତ ମଧ୍ୟ ଡରିଗଲା 

ହାବୁଡିବନି ତୋତେ

 କହିଗଲା 

ତୁ ତ ସବୁ ନେବୁ 

ଚାଷୀ ଫସଲ ଉତୁରେଇବ କେମିତି 

 

ଗାଧୋଇ ଗଲାବେଳେ

ଉଜାଣୀ ନଈ ବି ସୁଖିଲା ପଡିଲା

କାଳେ ଶୋଷିନେବ ତା ନୀଳ ଜଳରାଶୀ

ମୀନ ମୁନ ଅବସ୍ଥା କଣ ହେବ ଯେ


ପର୍ବତ ବି ବାଟ ଓଗାଳିବାକୁ 

ରାଜି ହେଲାନି

ସବୁଦିନେ ଯଦି ସେ 

ବିନ୍ଧ୍ୟରୁ ବନ୍ଧ୍ୟା ହୋଇଯିବ 

ତେବେ କି କରିବେ ଜନ୍ତୁ କୂଳ 


ଅଇନା ମେଘମାଳା ଅବା ଶୀତ

ନଈ କି ପର୍ବତ ମୁହଁ ମୋଡି ଦେଲେ ସିନା 

କିନ୍ତୁ କୋଳେଇ ତ ନେଲା ଯଣେ ,

କରୋନା 


ବିଶ୍ୱପ୍ରେମୀ କରୋନା

କେତେ ସ୍ନେହ ଦେଲା 

ଦେଲା କେତେ ବୋକ

କେତେ ଦେଲା ପ୍ରୀତିର ପରଶ

ଆତ୍ମାକୁ ଶାନ୍ତି କରିଦେଲା 

ଆତ୍ମାକୁ ଶାନ୍ତି କରିଦେଲା ।

.


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍