STORYMIRROR

Pabitra Sahu

Action Inspirational Thriller

4  

Pabitra Sahu

Action Inspirational Thriller

କଳିଯୁଗ ମଣିଷ

କଳିଯୁଗ ମଣିଷ

2 mins
426


    


ଚାରିଯୁଗ ମଧ୍ଯେ ଅଟେକଳିଯୁଗ ସାର, କର୍ମ ଅନୁସାରେ ଫଳ

 ଭୋଗକରେ ନର। 

ଅନ୍ୟାୟ ଅନୀତି କାର୍ଯ୍ୟେ 

ବଳାଏ ଯେ ମନ, 

ସେ ମଣିଷ ଏଯୁଗରେ

ରାକ୍ଷସ ସମାନ। 

ଦୟା, କ୍ଷମା ଗୁଣ ବହି

ଯେହୁ ସହି ଯାଏ, 

ଦେବତାଙ୍କ ମଧ୍ଯରେ

ସେ ଗଣତି ହୁଏ। 

ଲାଞ୍ଚ ମିଛ କହି ଯିଏ

ଟଙ୍କା ନେଇଥାଏ, 

ମହୁଫେଣା ପରି ତା' ର

ଟଙ୍କା ଶୂନ୍ଯ ହୁଏ। 

ଶ୍ରମ କରି ସତ୍ଯ ପଥେ

ଯିଏ ଚାଲୁଥାଏ,

ଶାନ୍ତି ସନ୍ତୋଷରେ ଦିନ

ତା'ର ବିତି ଯାଏ। 

ଅନ୍ୟର ଛାତିରେ ପାଦ ଦେଇ

 ଉଠେ ଯେ ଉପର, 

ଗୋଡ଼ ଖସିଗଲେ ଅଣ୍ଟା

ଭାଙ୍ଗି ଯାଏ ତା'ର। 

କାହା ପାଖେ ଅଛି ଯଦି

ସ୍ୱାର୍ଥ ରେ ଆଶ, 

ପ୍ରେମିକା ପରି ଆଲିଙ୍ଗନେ

କରିଥାଏ ବଶ। 

ସ୍ୱାର୍ଥ ସରି ଗଲା ପରେ

ନ ଚିହ୍ନଇ ଆଉ,

ଦୂରେ ରହେ ଦେଢ଼ଶୁର

ଯେହ୍ନେ ଭାଇ ବୋହୂ। 

ଲୋଭିଲା ଆଖିରେ ସଦା

ନାରୀଙ୍କୁ ଦେଖନ୍ତି, 

ମିଥ୍ଯା ପ୍ରତିଶ୍ରୁତି ଦେଇ

ପରେ ଠକି ଦ୍ୟନ୍ତି। 

ନାରୀଙ୍କୁ ସମ୍ମାନ ନାହିଁ

ଭାବେ ସେ ଖେଳନା, 

ଫିଙ୍ଗି ଦେଇଯାଏ ସିଏ

ପୁରିଲେ କାମନା। 

ପିତା ମାତା ବୃଦ୍ଧ ହେଲେ

ବେଖାତିର କରି, 

ବୃଦ୍ଧାଶ୍ରମ ପଠାଇଣ

ଦ୍ୟନ୍ତି ପର କରି। 

ଅତି ଲୋଭ କଲେ ମୃତ୍ୟୁ

ହୋଇଥାଏ ଜାଣି, 

ପ୍ରକୃତି ନ ଛାଡି଼ ମୃତ୍ୟୁ

କରେ ସେ ବରଣି। 

ଭଗବାନ ଏ ମାନବେ

ସର୍ବ ବୁଦ୍ଧି ଭରି, 

ନିଜେ ଚୁପ୍ ରହିଯାଇ

ଦେଖନ୍ତି ଗୁମୁରି। 

ଏଯୁଗକୁ କେହି କେବେ

ଦୋଷ ଦିଅନାହିଁ, 

 କଳିଯୁଗ ନର ନିଜ

ଦୋଷ ଦେଖେ ନାହିଁ।

******************



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Action