STORYMIRROR

Pabitra Sahu

Romance Tragedy

3  

Pabitra Sahu

Romance Tragedy

ନୀରବ ପ୍ରେମ

ନୀରବ ପ୍ରେମ

1 min
208

ଏକୁଟିଆ ନାହିଁ ମୁଁ

ସମସ୍ତେ ପାଖେ ଅଛନ୍ତି, 

ତଥାପି ଲାଗୁଛି କାଇଁ

କିଛି ଗୋଟେ ହଜେଇଛି। 

ଭାରି ଶାନ୍ତ ମନ ମୋର

ଅମାନିଆଁ ହେଉଛି, 

ସାଗର ବେଳାରେ କିବା

ନିଆଁ ଲାଗି ଯାଇଛି। 

କୁହ କୁହ ମୋତେ କୁହ

କାହିଁ ଏମିତି ହେଉଛି?

ଯେବେ ତା' ସାଥିରେ ମୋର

ପ୍ରଥମେ ଦେଖା ହୋଇଛି... 


ଆକାଶକୁ ଚାହିଁ ଦେଲେ

ଜହ୍ନ ଲାଜେଇ ଯାଉଛି

ବିନା ମେଘରେ କେତେ 

ବିଜୁଳି ଚମକୁ ଅଛି। 

ଇନ୍ଦ୍ରଧନୁ ରଙ୍ଗରେ

ଛବି ତାର ଦିଶୁଛି

ଶାମୁକା ମୋତିଟେ ପରି

ମୁହଁ ତାର ଝଲସୁଛି। 

କୁହ କୁହ ମୋତେ କୁହ

ପ୍ରେମ କି ହୋଇଯାଇଛି? 

ଯେବେ ତା' ଆଖିରେ ମୋର

ଆଖି ମିଶି ଯାଇଛି... ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance