ଶ୍ରାବଣରେ ଭିଜୁଛି ଶ୍ରାବଣୀ
ଶ୍ରାବଣରେ ଭିଜୁଛି ଶ୍ରାବଣୀ
ଶ୍ରାବଣର ବର୍ଷା ଛିଟାରେ
ଭିଜୁଥିଲ ନିରୋଳା ନିରୋଳା
ଲୁଚି ଲୁଚି ଦେଖୁ ଦେଖୁ ;ନିଜେ ବି ଭିଜିଲି
ସେହି ଶ୍ରାବଣ ବର୍ଷାରେ ଦୁହେଁ ଭିଜି-ଥିଲେ
ଶ୍ରାବଣ ବର୍ଷା-ଛିଟା ର ବୁନ୍ଦାରେ
ଭିଜି-ଥିଲା ତନ ମନ
ମନରେ ପ୍ରୀତି ଭାବନା
ଶିହରଣ ଥିଲା ଦେହ ପରଶ ରେ
ଓଠ ନୀରବରେ ଥିଲା
ଆଖି କହୁଥିଲା କଥା ଆଖିର ଭାଷାରେ।
ବର୍ଷା ଭିଜା ଶରୀରରେ ଲାଗିଥିଲା ନିଆଁ
ଓଠରେ ପାଣି ବୁନ୍ଦା ଥାଇ
ଜଳୁ-ଥିଲୁ ଦୁହେଁ
ପାଣି ବୁନ୍ଦା ର ଲାଜ ଥିଲା କି ନାହିଁ !!
ଖୁସି ଥିଲା, ପ୍ରୀତି ପୂର୍ଣ୍ଣ ଓଠରେ ଲାଗି ରହିବାକୁ।
ଏବେ ଭିଜିଗଲା ପରେ
ବୁଝିଗଲି,ପୁଣି ଶ୍ରାବଣୀ ଆସିଛି
ସ୍ମୃତି ଉଜ୍ଜୀବିତ
ହୃଦୟରେ ଶୂନ୍ୟତା ର ଚିହ୍ନ
ଭିଜୁଛି ଏକାକୀ ,ନାହିଁ ପ୍ରୀତି-ସ୍ପର୍ଶ-ପରଶ।
ଫିକା ଫିକା , ଶ୍ରାବଣର ର ବୁନ୍ଦା ବୁନ୍ଦା ପାଣି
ବୁନ୍ଦା ବୁନ୍ଦା ପାଣି ,ଏବେ ଅସହ୍ୟ ବେଦନା
ବେଦନା ର ଆଢ଼ୁଆଳେ ପ୍ରତିଶ୍ରୁତି କଥା
କଥା ଥିଲା, ଭିଜୁ-ଥିବା ପ୍ରତି ଶ୍ରାବଣରେ
କଥା କଥାରେ ରହିଛି,ଶ୍ରାବଣ ପୁଣି ଆସିଛି
ଶ୍ରାବଣ ପଚାରୁ ଅଛି, କାହିଁ ତୁମର ଶ୍ରାବଣୀ?
କିଛି କହିବା ଆଗରୁ
ଶ୍ରାବଣ କହିଛି,ଆମ ଭିଜିବା ବେଳର କଥା
ଚଳନ୍ତି ଶ୍ରାବଣ ସହ ତୁମ ମନ ବ୍ୟଥା
ପ୍ରେମର ଅଗଣା ଖୋଲି ଏବେ ବି ଭିଜୁଛ
ଶ୍ରାବଣ କୁ ପ୍ରେମିକର ଠିକଣା କହିଛ।
କାହିଁକି ପ୍ରଳାପ , କହୁଛନ୍ତି ପାଖାପାଖି ଲୋକ
କଣ କହିଲେ ବୁଝିବେ,କାହିଁକି ପ୍ରଳାପ ?
ପ୍ରଳାପ ପଛର କାହାଣୀ; ଆଢ଼ୁଆଳେ
ଶ୍ରାବଣ ନା,ଶ୍ରାବଣରେ ଭିଜୁ-ଥିବା ଶ୍ରାବଣୀ ।

