STORYMIRROR

Bidyadhar Mantry

Abstract Romance Inspirational

3  

Bidyadhar Mantry

Abstract Romance Inspirational

ମୌସୁମୀ ପରଶ

ମୌସୁମୀ ପରଶ

1 min
182

     


ମୌସୁମୀର ଅୟମାରମ୍ଭ

ଶୀତଳ ପବନ ସାଙ୍ଗକୁ ଝିପି ଝିପି ବର୍ଷା

ମଝିରେ ମଝିରେ ବିଜୁଳି

ପୁଣି ମୃଦୁ ଘଡଘଡି

ବର୍ଷା ର ଛିଟା ବି ଦେହରେ ପଡୁଛି

ପୁଲକିତ ସୋପାନରେ ଦେହ ଆଉ ମନ।


ବର୍ଷା ଦେଖି ପ୍ରିୟା ବି ଖୁସି ହେଉଥିବ

ବର୍ଷା ର ଛିଟା ବି ଅଙ୍ଗ ଲତିକା କୁ ଛୁଇଁ ଯାଇଥିବ

ପୁରା ଭିଜି-ଯିବା ପରେ ,ବ୍ୟାକୁଳିତ ହେବ

ପ୍ରେମିକର ହାତର ସ୍ପର୍ଶ ଚାହିଁବ,ପୁରୁଣା ଅଭ୍ୟାସ।


ବର୍ଷା ଛିଟା ରେ ଭିଜିଗଲାଣି ଦେହ ଆଉ ମନ

ପ୍ରିୟା ବି ନାହିଁ, ତଥାପି ମହକ ରହିଛି

ଘଡଘଡି ର ଡର ବି ମନରେ

ପ୍ରିୟାର ବକ୍ଷ ର ଉସ୍ମତା ନିହାତି ଜରୁରୀ।


ପ୍ରିୟା ତ ପାଖରେ ନାହିଁ

କାହୁଁ ପାଇବି ପରଶ

କାହୁଁ ପାଇବି ସେ ବକ୍ଷ।


ବର୍ଷା ର ଛିଟା ତ ଏଇଠି ପଡୁଛି

ଭିଜିଲାଣି ତନ ମନ

ବର୍ଷା ର ଛିଟା ରେ ପ୍ରିୟା ଭିଜୁଥିବ 

ମନରେ ଥିବ ଉଚ୍ଚାଟ।


ଭିଜି ଭିଜି ପ୍ରିୟା

ମନେ ମନେ ଭାଳୁ-ଥିବ 

ମନରେ ଲାଳସା ବି ରହିଥିବ

ହେଲେ ପରଶ କେମିତି ହେବ !!


ଘଡଘଡି ହେଲେ ପ୍ରିୟା ର ବହୁତ ଡର

ଆଖି ବୁଜି ମୁହଁ ଛାତିରେ ଲୁଚାଇ 

କହିବ ଲାଗୁଛି ଡର , ପାର ଯଦି ଭିଡ଼ି ଧର !!


ବର୍ଷା ଭିଜା ଶରୀରରେ

ଅଥୟ ହେଉଛି ଦେହ ଆଉ ମନ

ପ୍ରିୟା ପାଖକୁ ଯିବାକୁ ହିଁ ହେବ

ହେଲେ ହେବ ଆଲିଙ୍ଗନ

ପ୍ରିୟା ପରଶ ଓ ବକ୍ଷ , ମୁଖ୍ୟ ଆକର୍ଷଣ

ପ୍ରିୟା ଦରଶନ ପାଇଁ କରୁଛି ଗମନ

ଅନ୍ୟ କଥା-କାମ, ହେଉ ବିଚାର-ଅଧୀନ ।



Rate this content
Log in

Similar oriya poem from Abstract