ଇଚ୍ଛା
ଇଚ୍ଛା
ମନରେ କେତେ କଣ
କେମିତି କହିବି ଭାଷାରେ
ଶ୍ୱାସ ପ୍ରଶ୍ୱାସ ବି ତୁମର ଅସ୍ତିତ୍ବ
ହୃଦୟ ର କଥା ନ କହିଲେ ଭଲ
କିଛି ତ ବୁଝି ଯାଇଥିବ ।
କହିବାକୁ ଏ ମନର କଥା
କଥା ଆଢ଼ୁଆଳେ
ତୁମକୁ,ତୁମ ଠାରୁ ଚୋରାଇ ନେବାକୁ
ମନରେ କେତେ କଣ
ଭାବନାର ଢେ଼ଉ ପ୍ରତି ମୁହୂର୍ତ୍ତରେ
କିଛି ବୁଝୁଛ ନା ନାହିଁ ।
ଇଚ୍ଛା ତୁମର,ଯାହା ବି ହେଉ
ନ ରହୁ ଏ ମନର ଇଛା
ସବୁ କିଛି ସ୍ବୀକାର ଯୋଗ୍ୟ
ତୁମର ସବୁ କଥାରେ ହିଁ ପ୍ରେମ,ବିନା ସର୍ତ୍ତରେ
ଏବେ ବି ଅବୁଝା ନା କଣ ।
ସ୍ବୀକାର କର ଏ ପ୍ରେମ
ବିଶ୍ୱାସ ସହିତ
ଖୋଜିଲେ ପାଇବ କି ନା ସନ୍ଦେହ
ଅଙ୍ଗୀକାର ଏକାନ୍ତ କାମ୍ୟ
ତୁମର ବୁଝିବା ବି ନିହାତି ଜରୁରୀ।
ତଥାପି ଏକ ଇଚ୍ଛା
ଯଦି ନ ପାଏ ତୁମକୁ , ଏଇ ଜୀବନରେ
ରାସ୍ତାରେ ଯଦି ଦେଖାହୁଏ କେବେ
ହସି ଦେବ ,ମୁରୁକି ମୁରୁକି
ଏହା ହିଁ ଶେଷ ଇଚ୍ଛା, ନିବେଦନ ସହିତ।

