STORYMIRROR

Ashok Pattnaik

Romance

3  

Ashok Pattnaik

Romance

ଏକାନ୍ତ ମୁହୁର୍ତ୍ତ

ଏକାନ୍ତ ମୁହୁର୍ତ୍ତ

1 min
191

ମୁଁ ବିଶ୍ଵାସ କରେ

ମୋ ଶ୍ବାସ ପ୍ରଶ୍ୱାସକୁ

ବେଳେ ବେଳେ ମୋ ମନରେ

ଭରିଥିବା ଆତ୍ମୀୟତାର ମୁହୂର୍ତକୁ

ଜାଣିନି ଏ ଜୀବନ କାହା ଅପେକ୍ଷାରେ।


ନିତି ଗଢେ ନିତି ଭାଙ୍ଗେ

ଅସରନ୍ତି ରାତିରେ ସାଉଁଟେ

ଅନେକ ଆଶାର ଶେଫାଳୀ

ନୀଳ ଜହ୍ନର ଜ୍ୟୋସ୍ନାରେ

ଘନେଇ ଯାଏ ସବୁ ସ୍ବପ୍ନ

ଫର୍ଚ୍ଚା ହୋଇଯାଏ କିଛି

ଏକାନ୍ତ ମୁହୁର୍ତ୍ତ।


ମୁଁ ସ୍ତମ୍ଭିଭୁତ ହୁଏ

ତନ୍ନ ତନ୍ନ କରି ଦେଖେ

ମୋ ବାସ୍ତବତାର ରୂପରେଖକୁ।

ଝାଉଁଳି ପଡ଼ିଥିବା ମନର କ୍ଳାନ୍ତି

ସ୍ୱଚ୍ଛ ସ୍ନିଗ୍ଧ ଡହ ଡହ ଖରା ଆଉ

ଲମ୍ବିଯାଇଥିବା ମୋ' ଛାଇକୁ

ମାପି ମାପି ଚାଲେ

ବିଶ୍ଵାସ କରେ ମୋ ଅତୀତକୁ।


ମୋ ସ୍ୱପ୍ନରେ ଡେଣା ଲାଗେ

ନିଜ ଶ୍ୱାସ ପ୍ରଶ୍ୱାସକୁ ତାଣିନିଏ 

ଆଉ ଏକ ଗହନ ରାତିର

ନିବିଡତା ପାଇଁ।


ସ୍ବପ୍ନରେ ଭିଜି ଭିଜି

ମିଠା ଭାବନାରେ ଏମିତି

ଜୀବନକୁ ହଜାଇଦେବା ପାଇଁ

ମୁଁ ଅହରହ ସାଧନାରେ ମଗ୍ନ ରହେ।

    


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance