ଏକାନ୍ତ ମୁହୁର୍ତ୍ତ
ଏକାନ୍ତ ମୁହୁର୍ତ୍ତ
ମୁଁ ବିଶ୍ଵାସ କରେ
ମୋ ଶ୍ବାସ ପ୍ରଶ୍ୱାସକୁ
ବେଳେ ବେଳେ ମୋ ମନରେ
ଭରିଥିବା ଆତ୍ମୀୟତାର ମୁହୂର୍ତକୁ
ଜାଣିନି ଏ ଜୀବନ କାହା ଅପେକ୍ଷାରେ।
ନିତି ଗଢେ ନିତି ଭାଙ୍ଗେ
ଅସରନ୍ତି ରାତିରେ ସାଉଁଟେ
ଅନେକ ଆଶାର ଶେଫାଳୀ
ନୀଳ ଜହ୍ନର ଜ୍ୟୋସ୍ନାରେ
ଘନେଇ ଯାଏ ସବୁ ସ୍ବପ୍ନ
ଫର୍ଚ୍ଚା ହୋଇଯାଏ କିଛି
ଏକାନ୍ତ ମୁହୁର୍ତ୍ତ।
ମୁଁ ସ୍ତମ୍ଭିଭୁତ ହୁଏ
ତନ୍ନ ତନ୍ନ କରି ଦେଖେ
ମୋ ବାସ୍ତବତାର ରୂପରେଖକୁ।
ଝାଉଁଳି ପଡ଼ିଥିବା ମନର କ୍ଳାନ୍ତି
ସ୍ୱଚ୍ଛ ସ୍ନିଗ୍ଧ ଡହ ଡହ ଖରା ଆଉ
ଲମ୍ବିଯାଇଥିବା ମୋ' ଛାଇକୁ
ମାପି ମାପି ଚାଲେ
ବିଶ୍ଵାସ କରେ ମୋ ଅତୀତକୁ।
ମୋ ସ୍ୱପ୍ନରେ ଡେଣା ଲାଗେ
ନିଜ ଶ୍ୱାସ ପ୍ରଶ୍ୱାସକୁ ତାଣିନିଏ
ଆଉ ଏକ ଗହନ ରାତିର
ନିବିଡତା ପାଇଁ।
ସ୍ବପ୍ନରେ ଭିଜି ଭିଜି
ମିଠା ଭାବନାରେ ଏମିତି
ଜୀବନକୁ ହଜାଇଦେବା ପାଇଁ
ମୁଁ ଅହରହ ସାଧନାରେ ମଗ୍ନ ରହେ।

