ମୁଁ ଚାହେଁ ତୁମକୁ
ମୁଁ ଚାହେଁ ତୁମକୁ
ଖାଲି ଆଜି କାହିଁକି ,
ମୁଁ ଚାହେଁ ତୁମକୁ
ସବୁଦିନ .....,
କାଲି ବି ଚାହୁଁଥିଲି ,
ଆଗକୁ ବି ଚାହିଁବି .....।
ତୁମରି ଲାଗି ତ,
ଏ ମନ ଟା ଚାହିଁ ରହିଛି
ତୁମରି ବାଟ କୁ ......,
ସେ ଠିକ୍ ଜାଣିଛି ତୁମେ ଆସିବ ,
ହୁଏତ ଅଳ୍ପ ସମୟ ପାଇଁ ,
କିନ୍ତୁ ତୁମେ ଆସିବ .....।
ମୁଁ ଚାହିଁ ରହେ ସବୁ ଦିନ ତୁମକୁ ,
ଆଉ ତୁମେ ଯେବେ ଆସ,
ସମୟ ଟା କେତେବେଳେ କମି ଯାଏ ,
ମୁଁ ଜାଣି ପାରେନା ....।
ମନରେ ଥାଏ ଅନେକ କଥା ,
ତୁମକୁ ଦେଖି ,
ଏ ମନ ସବୁ ଭୁଲି ଯାଏ ,
ଖାଲି ମନେ ରଖେ ତୁମକୁ .....।
ତୁମେ ପୁଣି ଥରେ ଆସିବାର ଆଶା ଦେଇ ଯାଅ ମୋତେ ,
ମନ ପୁଣି ଥରେ ଚାହିଁ ରହେ ତୁମକୁ ......।
ଏ ବର୍ଷ ତ ସରିଗଲା ,
ତୁମେ ଅଜାଡ଼ି ଦେଲ ଅନେକ ସ୍ନେହ ମୋ ଉପରେ ...,
ମୁଁ ଋଣୀ ହୋଇ ରହିଗଲି ତୁମ ଠାରେ ,
ତୁମରି ପ୍ରତି ଟି କଥା ଥିଲା ଅତି ମଧୁର ,
ଯେବେ ତୁମେ ମୋତେ ଦେଖୁଥାଅ,
ମୋତେ ଲାଗେ ,
ତୁମେ କେବଳ ମୋର ...।
ତୁମେ ପୁଣି ଥରେ କଥା ଦେଇ ଦିଅ,
ଏଇ ନୂଆ ବର୍ଷ ପାଇଁ ,
ତୁମେ ରହିବ କେବଳ ମୋର ହୋଇ ,
ମୁଁ ଚାହିଁ ରହିଥିବି ,
ଅପଲକେ କେବଳ ତୁମରି ପାଇଁ ....।
ମୁଁ ଏବେ ବି ଚାହିଁ ରହିଛି ତୁମ ପାଇଁ ....।
ମୁଁ ଚାହେଁ ତୁମକୁ ,
କେବଳ ତୁମକୁ ......।

