ପ୍ରେମ ର ଗୋଲାପ
ପ୍ରେମ ର ଗୋଲାପ
ଯେବେ ବି ଦେଖେ ଗୋଲାପି ରଙ୍ଗ ,
କାହିଁକି କେଜାଣି ତୁମେ ଭାରି ମନେ ପଡ
ମନେ ପଡେ ତୁମର ସେଇ ମିଠା ମିଠା କଥା ,
ମନେ ପଡେ ଡେରି ରାତି ଯାଏଁ ତୁମର ପ୍ରୀତି ଭରା ଶବ୍ଦ ସବୁ ,
ମନେ ପଡେ ତୁମର ଚପଳାମି ।
ତୁମେ କେବେ ବି ସହି ପାରନା,
ମୁଁ ଆଉ କିଛି ରଙ୍ଗ ଆପଣେଇ ଦେଲେ ,
ଖାଲି ଗୋଟିଏ ଜିଦ୍ ଥାଏ ତୁମର
ଗୋଲାପି ।
କାହିଁକି ଯେ ଏ ରଙ୍ଗ ତୁମର ଏତେ ପସନ୍ଦ ,
ମୁଁ କେବେ ବି ପଚାରେନା
ବିନା ପ୍ରଶ୍ନ ରେ ମୁଁ ବି ନିଜକୁ ଢାଙ୍କି ଦିଏ , ଗୋଲାପି ଆବରଣ ରେ ।
ଡେରି ମିଲ୍କ ଚକୋଲେଟ ସହ ଧରେଇଥିଲି ଗୋଲାପ ଟେ ତୁମ ହାତରେ ,
ତୁମେ ଅତି ସ୍ନେହ ରେ ଚାହିଁଥିଲ ,
ଟିକିଏ ଟିକିଏ ବାଣ୍ଟି ନେବା ଚକୋଲେଟ କୁ ଦୁଇ ଜଣ ଙ୍କ ଭିତରେ ,
କିନ୍ତୁ ମୁଁ ଅଭିମାନିନୀ ସାଜି ,
ତୁମ ଆଡେ ମୁହଁ ବଙ୍କେଇ ରହୁଥିଲି,
କାହିଁକି ନା ଭାରି ଭଲ ଲାଗେ ,
ଯେବେ ତୁମେ ମୋତେ ମନେଇ ନିଅ ,
କେବେ କେବେ ନ ରାଗି ବି ,
ରାଗିବାର ଅଭିନୟ କରି ପକାଏ ,
ତୁମେ ଭାରି ବ୍ୟସ୍ତ ହୋଇ ମୋତେ ମନେଇ ନିଅ.....।
ଯେବେ ତୁମେ ମୋ ହାତକୁ ନେଇ ,
ଥାପି ଦିଅ ତୁମ ହୃଦ ସ୍ପନ୍ଦନ କୁ ଅନୁଭବ ପାଇଁ ,
କାହିଁକି କେଜାଣି ଭାରି ବ୍ୟସ୍ତ ଲାଗେ ......।
ଆଜି ତୁମ ଠୁ ମୁଁ ବହୁ ଦୂରରେ ,
ତୁମେ ନାହଁ ଆଜି ମୋ ହାତ ପାହାନ୍ତା ରେ ,
ଖାଲି ପଡ଼ି ରହିଛି କିଛି ସ୍ମୃତି , ମନ ର କେଉଁ ଏକ କୋଣ ରେ ....।
ତୁମ ସ୍ମୃତି କୁ ନଦୀ ର ପାଣି ରେ ମୁଁ ଦେଇଛି ଭସେଇ ,
ତୁମେ ବି ତ ମୋର ସ୍ମୃତି ର ଉପହାର କୁ ନଦୀ ସୁଅ ରେ ଭସେଇ
ପଠେଇ ଦେଇଛ ସମୁଦ୍ର ସହ ଲୀନ ହେବାକୁ ,
ତଥାପି ବାକି ରହି ଯାଇଛ କିଛି .....।
ଆଜି ବି କିନ୍ତୁ ଏ ଗୋଲାପି ରଙ୍ଗ ମନେ ପକେଇ ଦିଏ ,
ତୁମକୁ ......।

