ବକ୍କଳ
ବକ୍କଳ
ଦେହ ର ବକ୍କଳ
***********
ପରସ୍ତ ଉପରେ ପରସ୍ତ ଲଦା ଏ ସଂସାର ,
ତା ଠୁ ବଳି
ମୁଖା ଉପରେ ମୁଖାର ପ୍ରଲେପ ,
ଓଠ ରେ ମେଁଚେ ହସ କୁ ଲେପି ଦେଇ
ପୁଣି ପଛରେ ଜୀବନ ନାଟିକା ବି ହରଣ ହୋଇ ଯାଏ .....।
କଥା ରେ ଅଜସ୍ର ବିଶ୍ୱାସ ର ଲହଡ଼ି ,
କିନ୍ତୁ ଠିକ୍ ସ୍ବାର୍ଥ ର କୋଳ ରେ
ଭାଙ୍ଗି ଯାଏ ଲହଡ଼ି ସବୁ ,
ମିଶି ଯାଏ ସେଇ ସ୍ୱାର୍ଥପର ର ଆତ୍ମା ରେ ,
ବିଶ୍ୱାସ ହଜି ଯାଏ ,
ଠିକ୍ କାଚ ଘର ଟେ ପରି .....।
କିଏ କହେ ନିଜ ରାସ୍ତା ଏଠି ତିଆରି ହୁଏ ନିଜ ହାତରେ ,
ଜଣା କି ଥାଏ ସତରେ ...?
କେଉଁ ନିକଟରେ ପିଶାଚ ର ଆଖି ସବୁ ପ୍ରସ୍ତୁତ ଥାଏ ,
ହୃଦୟ ର ଭୂକମ୍ପ ପାଇଁ ....।
କିଏ କହେ ଧରି ଥିବା ହାତ କୁଆଡେ ଛାଡେ ନାହିଁ କେବେ ଅଧା ରାସ୍ତା ରେ ,
ଅଜଣା ଥାଏ କି ଥାଏ କି ସତରେ ସେ ,
ସେଇ ପାଣି ର ଗାର କେବେ ,
ବରଫ ର ପ୍ରାଚୀର ବନି ଯାଏ ,
ଯାହା ଆହୁରି ଟାଣ ହୋଇଯାଏ ଅବିଶ୍ୱାସୀ ଶବ୍ଦ ର ଥଣ୍ଡା ପଣ ରେ .......।
ନିଜ ର ସବୁ କିଛି ତ୍ୟାଗ କରି କେହି ସତରେ ନିଜକୁ ଖୋଜି ପାଏ କି ..?
ବୋଧ ହୁଏ ..., ନା ......।
ସମାଜ ର ଚାକ ଚକ୍ୟ ରେ
କେତେ ଜଣ ହଜେଇ ଦେଇଛନ୍ତି ନିଜର ବକ୍କଳ ,
ଚିରା ହୋଇ ଯାଇଛି ତାଙ୍କର ପରିଚୟ ,
ନିଇତି ଦିଅନ୍ତି ପରୀକ୍ଷା ,
ପୁଣି
ନିଜେ ସାଉଣ୍ଟି ନିଅନ୍ତି ନିଜକୁ ,
ନିଜ ର ବକ୍କଳ ରେ ନିଜେ ଘୋଡେ଼ଇ ହୋଇ ,
ନିଜେ ହିଁ ବଞ୍ଚେଇ ରଖନ୍ତି ନିଜକୁ .....।
ତଥାପି ଆସେ ନା ଦୟା ,
ଆସେ ନା ଅନୁକମ୍ପା ,
ଆସି ଯାଏ କେବଳ ନୂଆ ଏକ ପରୀକ୍ଷା ....,
ଆସେ ପୁଣି ନୂଆ ଏକ ସ୍ଥିତି ,
ଯାହାର ସାମ୍ନା ରେ କେବେ ନିଜେ ହାରି ଯାଏ ,
ପୁଣି କେବେ ଜିତି ଯାଏ ....।
©️®️ By
Priyadarsini Das ...
