STORYMIRROR

Priyadarsini Das

Inspirational

4  

Priyadarsini Das

Inspirational

ମୋର ଅସ୍ତିତ୍ବ

ମୋର ଅସ୍ତିତ୍ବ

1 min
16

ମୋର ଅସ୍ତିତ୍ବ
*********

ମୁଁ ଦିନେ ଖୋଜିବାକୁ ବାହାରିଲି , 
କାହାକୁ ...?
ଜଣା ନାହିଁ ..., 
କେଉଁ ରାସ୍ତା ରେ ଯିବି ..?
ସେ ବି ଜଣା ନାହିଁ ...।

ଜଣା ନଥିଲା , ମୋର ସେ ସମୟର ଅସ୍ତିତ୍ବ ...।

ବାସ୍ ଆଗେଇ ଚାଲିଥିଲି ...।

ଜୀବନ ର ଅନେକ ଧକ୍କା ,
ଅନେକ ଯନ୍ତ୍ରଣା , 
ପଛ ପଟରୁ ନିଜର ଧ୍ଵନି ର ସବୁ ଡେସିବଲ ପାରେଇ ମୋତେ ହିଁ ଡାକୁଥିଲା ....।

କିନ୍ତୁ......, 

ବୋଧ ହୁଏ , 
ସେ ସମୟରେ ମୁଁ ଥିଲି ଏକ ଦମ୍ ବଧିର .....।

ବାସ୍ , ଜାଣିଥିଲି , 
ପାଦ ବଢୁଛି ଆଗକୁ , 
ଯାହା କି କେବେ ବି ଅଟକି ଯିବ ନାହିଁ .....।

କିଏ ବି ମୋର ଅସ୍ତିତ୍ବ କୁ ଟାଣି ଘୋଷାରି ପଛ ପଟୁ ଭିଡ଼ି ଧରିଥିଲା , 

ଜିଦ୍ ଥିଲା ତାର ମୋତେ ମିଟେଇ ଦେବାର ....।

କିନ୍ତୁ ......

କେମିତି ମିଟି ଥାଆନ୍ତି ମୁଁ ...?

ଜାଣି ସିନା ନଥିଲି ରାସ୍ତା , 
ଜଣା ସିନା ନଥିଲା ମୋର ଖୋଜିବାର ସେଇ କାରଣ ଅବା କାରକ....।
କିନ୍ତୁ ଜାଣିଥିଲି ......,

ମୁଁ କେବେ ବି ମିଟି ବାକୁ ଦେବି ନାହିଁ ,
ମୋର ଅସ୍ତିତ୍ବ ....।

ସେଇ ଅସ୍ତିତ୍ବ ,ଯାହାର ବୁନିୟାଦ୍ ଗଢା ସତ୍ ରେ , 

ଯାହା ପାଇଁ ମୁଁ ଲଢ଼ିଛି , 

କେତେ ଶକ୍ତ ହାତ କୁ ମୁଁ ମୂଳରୁ ଉପାଡ଼ି ଫିଙ୍ଗି ଦେଇଛି ....।

ସାଥେ ଥିଲା ମୋର ସ୍ୱାଭିମାନ ..., 
ଯିଏ କେବେ ନଇଁବାକୁ ଦେଇ ନାହିଁ ମୋର ମଥା କୁ .....।

ହଁ ...., 
କଷ୍ଟ ମିଳିଛି ସତ ....,

କିନ୍ତୁ ସେ କଷ୍ଟ ରେ କେବେ ବି ହରେଇ ନାହିଁ ମୁଁ ମୋର ଅସ୍ତିତ୍ବ .....।

ବରଂ ପରୀକ୍ଷା ର କଷଟି ପଥରେ, 
ଆହୁରି ଶୁଦ୍ଧ ହୋଇଛି , 

ହୋଇଛି ଆହୁରି ଚକ୍ ଚକ୍ ...., 

ମୋର ଅସ୍ତିତ୍ବ ...।

©️®️
Priyadarsini Das .


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational