STORYMIRROR

Priyadarsini Das

Romance

4  

Priyadarsini Das

Romance

ପ୍ରେମ

ପ୍ରେମ

1 min
18

ଭାବେ କେବେ ବି ତୁଳନା କରିବି
 ନାହିଁ ଦୁଇ ପ୍ରେମ କୁ , 
ତୁଳନା କରିବିନି କେବେ
 ପ୍ରେମିକ କୁ ପତି ସହ , 
କିନ୍ତୁ ଆଜି କରିଦେଲି , 

ପତି ମୋର ମୋତେ ପାଇବାକୁ
 କେତେ ଦିଅଁ ମନାସିଛି , 

ଆଉ ପ୍ରେମିକ ସାମ୍ନା ରେ ପ୍ରେମ
 ଆଉ ପଛରେ ଅପବାଦ ଦେଇଛି, 

ପତି ମୋର ମୋ ଦୋଷ କୁ ବି
 ଘୋଡେ଼ଇ ନିଜେ ଦୋଷୀ ସାଜି ଯାଏ , 

ଆଉ ପ୍ରେମିକ ନିଜକୁ ନିର୍ଦ୍ଦୋଷ କରିବାକୁ
 ଯାଇ ମୋ ଉପରେ ଦୋଷ ଲଦି ଦିଏ , 

ପତି ମୋର ମୋ ପ୍ରେମ ପୁରା ନ ପାଇ ବି ମୋତେ ହିଁ ଅପେକ୍ଷା କରିଥାଏ , 

ଆଉ ପ୍ରେମିକ ସବୁବେଳେ ସ୍ୱାର୍ଥପର ହୋଇଯାଏ , 
ପତି ମୋର ମୋ ଖୁସି ପାଇଁ ସବୁ କିଛି କରି ଯାଏ , 

ଆଉ ପ୍ରେମିକ ନିଜ ଖୁସି ପାଇଁ ମୋତେ କନ୍ଦେଇ ଦିଏ , 
ପ୍ରେମିକ କେବଳ ରାଣୀ କରି ରଖିବାର ସ୍ବପ୍ନ ଦେଖାଏ, 
କିନ୍ତୁ ପତି ରାଣୀ କରି କି ହିଁ ରଖେ ,

କେଜାଣି କିଏ ଠିକ୍ ,ପ୍ରେମିକ ଅବା ପତି ..?
କିନ୍ତୁ ସବୁବେଳେ ପତି ହିଁ ଜିତି ଯାଏ ତାର ଅସରନ୍ତି ପ୍ରେମ ଦେଇ ..., 
ସବୁ ସମୟରେ ମୋ ହାତକୁ ଜାବୁଡ଼ି ଧରି ରଖେ
ମୋ ଲୁହ ସବୁ କୁ ମୁଁ ପି ଯାଏ ଖାଲି ମୋ ପତି ର ଖୁସି ପାଇଁ ...।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance