ଅପେକ୍ଷା
ଅପେକ୍ଷା
ଅପେକ୍ଷା
******
ଅପେକ୍ଷା ଶବ୍ଦ ହିଁ ନିରାଲା ,
କିଏ କାହୁଁ ବୁଝି ପାରିବ ,
ଏ ଶବ୍ଦ କୁ ...,
ଏ ଶବ୍ଦ ର ମର୍ମ କୁ ....।
ଯିଏ ବିନା କଷ୍ଟ ରେ ସବୁ ପାଇଛି ,
ସେ କାହିଁ ଜାଣିବ ,
ଏ ଅପେକ୍ଷା କେତେ ମୂଲ୍ୟବାନ ...।
ସଭିଏଁ କି ବୁଝି ପାରିବେ ,
ରାଧା କାହିଁକି କରୁଥିଲେ ଅପେକ୍ଷା
କୃଷ୍ଣ ର ବାଉଁଶି ସ୍ୱର କୁ ...।
କେହି କଣ ବୁଝି ପାରିବେ ...,
ଯଶୋଦା କାହିଁକି ଅପେକ୍ଷା କରୁଥିଲେ ,
ତାଙ୍କ କହ୍ନେଇ ର ଆସିବା ବାଟ କୁ ....।
କିଏ କାହୁଁ ବୁଝିବ,
କେତେ ଯୁଗ ପାଷାଣ ହୋଇ ପଡ଼ି ଥିବେ ,
ଅହଲ୍ୟା ....,
ରାମ ଙ୍କ ପାଦ ସ୍ପର୍ଶ ପାଇବାକୁ ...।
ଏତେ ସହଜେ ବୁଝି ହୁଏନା ଏ ଶବ୍ଦ କୁ ....।
ଯିଏ ଅପେକ୍ଷା କରିଛି ,
ସେ ହିଁ ଜାଣିଛି ,
କେତେ ପବିତ୍ର ଏ ଶବ୍ଦ ...,
କେତେ ପବିତ୍ର ଏ ଅନୁଭବ ...,
କେତେ ଶାନ୍ତି ମିଳେ ସେ ଅପେକ୍ଷା ରେ .....।
କେତେ ଖୁସି ମିଳେ ସେ ଅପେକ୍ଷା କରି ,
ନିଜକୁ ହଜେଇ ଦେବାରେ ....।
ଅପେକ୍ଷା ଏକ ଶବ୍ଦ ନୁହେଁ ,
ଏକ ଅନୁଭବ ,
ଏକ ଭାବ ,
ଏକ ପ୍ରେମ ,
ଏକ ତ୍ୟାଗ ....,
ଏକ ନିଃସ୍ଵାର୍ଥପରତା ର ପ୍ରତୀକ

