ଇଚ୍ଛା ଥିଲା
ଇଚ୍ଛା ଥିଲା
ଇଚ୍ଛା ଥିଲା ଆଜି ତୁମ ସହ ଟିକିଏ କଥା ହେବାକୁ ,
ଭାବିଲି ...,
ଅନେକ କଥା ଚିନ୍ତା କଲି ....,
ପୁଣି ମୋବାଇଲ ଟିକୁ ଚାହିଁଲି ,
ନମ୍ୱର ଟା ସିନା ସେଭ୍ ହୋଇ ପଡ଼ିଛି ,
କେବେ ତ ଆଉ ଡାଏଲ୍ ହଉନି ....।
ଯେ ନମ୍ୱର ଟାରେ କଲ୍ ଲଗ୍ ଭର୍ତ୍ତି ଥାଏ ,
ଆଜି ସେ ନମ୍ୱର ଟା ମୁଁ ଖାଲି ଦେଖେ .....।
ମନ କୁ କଣ ଆସିଲା ଯେ ,
ପୁଣି ରଖିଦେଲି ,
କଲ୍ କରିବା ଚିନ୍ତା ଟା ପୁଣି ପୋଛି ଦେଲି .....।
ମନେ ପଡିଗଲା ,
କିଛି ପୁରୁଣା ପ୍ରତିଜ୍ଞା ,
ଯାହା ତୁମେ ଆଉ ମୁଁ ମିଶି କରିଥିଲେ ,
ମନେ ପଡିଗଲା ପୁଣି ,
କିଛି ପୁରୁଣା ଶପଥ ,
ଯେଉଁଟା ତୁମେ ଆଉ ମୁଁ ମିଶି
ହାତ ଉପରେ ହାତ ଥାପି ନେଇଥିଲେ ....।
ମନେ ପଡ଼ି ଗଲା ତୁମେ ଦେଇଥିବା ତୁମର ସେ ରାଣ ,
ଯାହାକୁ ମୁଁ କେବେ ବି ଭାଙ୍ଗି ପାରିନି ....।
ତୁମେ ଠିକ୍ ଜାଣିଛ ,
ତୁମର ରାଣ ରେ ମୁଁ ବାନ୍ଧି ହୋଇଯାଏ ,
ଆଉ ତୁମେ ମୋତେ ବାନ୍ଧି ଦିଅ ସେଇ ରାଣ ରେ .....।
ତୁମେ କୁହ ,
କୁଆଡେ ତୁମ ଜନ୍ମ ଦିନ ରେ ମୋ ୱିଶ୍ ଟା ତୁମକୁ ସବୁଠୁ ଖାସ୍ ଲାଗେ ,
କୁଆଡେ ତୁମେ ପରା ଅନେଇ ଥାଅ ମୋ ୱିଶ କୁ ....।
କିନ୍ତୁ ମୁଁ କେବଳ ଆଉ ତୁମକୁ ସେ ଜନ୍ମ ଦିନ ର ଅଭିନନ୍ଦନ ବି ଦିଏନା ,
ଖାଲି ମନେ ମନେ ୱିଷ୍ କରି ଦିଏ ,
କେଜାଣି .....,
ତୁମେ ଜାଣି ପାର କି ନା.....।
ତୁମେ ମୋତେ ତାଗିଦ୍ କରି କୁହ ,
ତୁମର ସବୁ କଥା ରଖିବାକୁ ,
ଆଉ ମୁଁ ଭାରି ବାଧ୍ୟ ଟେ ପରି ରଖି ଦିଏ ,
ତୁମର ସବୁ କଥା .....।
ଦୀର୍ଘ ବର୍ଷ ର ଏ ସମ୍ପର୍କ ଗୋଡ଼ ରେ ତୁମେ ବେଡି ଟେ ବାନ୍ଧିଛ ,
ରାଣ ,ନିୟମ ର ବେଡି ,
ସ୍ନେହ , ପ୍ରେମ , ବିଶ୍ୱାସ ର ବେଡି ,
ତ୍ୟାଗ ର ବେଡି ......।
ଆଉ ତୁମର ସେ ବେଡି ରେ ମୁଁ ବନ୍ଧା......।
ଆଉ ମୋ ସହ ବନ୍ଧା,
ମୋର ଏ ହାତ ଦୁଇଟି ,
ଯାହା କେବେ ବି ତୁମକୁ କଲ୍ କରି ପାରେନା ......।
ତଥାପି .......
ଅପେକ୍ଷା ........
କିଛି ସମ୍ଭାବନା ର .......
Priyadarsini Das

