STORYMIRROR

Priyadarsini Das

Romance

4  

Priyadarsini Das

Romance

ତୁମେ ଭାରି ମିଛୁଆ ଟା

ତୁମେ ଭାରି ମିଛୁଆ ଟା

3 mins
26

ତୁମେ ଭାରି ମିଛୁଆ ଟା
****************

ତୁମେ କି ତୁ କଣ କହିବି ଜଣା ନାହିଁ ମୋତେ , 

କାଲି ତୁ ବୋଲି କହୁ ଥିଲି , 
ଭାରି ଅଧିକାର ଜମେଇ ତୁମେ ରୁଷି ବସିଲ , 

କାହିଁକି ତୁମେ କହୁ ନାହିଁ ବୋଲି ମୁହଁ ମୋଡ଼ି ବସିଲ , 
ତୁମ ସେ ଓଳିଆ ମୁହଁ ଟା ମୁଁ ଦେଖି ପାରେନା , 
ଯାହା ବି କୁହ , ସବୁ ମାନି ଯାଏ , 

ନା ଭାବେ ଆଗ କଥା , 
ନା ଚିନ୍ତା କରେ କିଛି ..., 

ତୁମ ହଁ ରେ ହଁ ଭରି ଚାଲେ ...।

ତୁମେ ସ୍ବପ୍ନ ଦେଖାଅ , 
ମୁଁ ବି ତୁମ ସହ ଖୋଲା ଆଖି ରେ ମେଁଚେ ସ୍ବପ୍ନ ଦେଖି ପକାଏ ....।

ସେଦିନ ତୁମ କଥାରେ ହଁ ଭରିଲି , 
ତୁ ବଦଳରେ ତୁମେ କହିବି , 
ମାନି ଗଲି....।

ଖୁସି ମନରେ ତୁମେ ବି ତୁମେ ବୋଲି ଡାକିଲ , 

ଲାଗିଲା ସମ୍ପର୍କ ବଦଳି ଗଲା ....।

ତୁମେ ମୋତେ ରାଣୀ କରି ରଖିବାର ସ୍ବପ୍ନ ରେ ହଜେଇ ଦେଲ , 
ମୁଁ ବି ହଜି ଗଲି ହସି ହସି ...।

ମୋ କୋଳ ରେ ମଥା ଥାପି ଶୋଇବାର ଇଚ୍ଛା ଟା ବି ତୁମର ମୁଁ ଶୁଣିଲି ....।

ତଥାପି ....., 
ତଥାପି ... ଯେବେ ବି ମୁଁ ପ୍ରଶ୍ନ କରେ ....,

ସତରେ ତୁମେ କଣ ମୋତେ ଏତେ ଭଲ ପାଅ ...?

ତୁମେ ହସି ଦିଅ , 
ବିଶ୍ୱାସ , ଅବିଶ୍ବାସ ପ୍ରଶ୍ନ ରେ ମୋତେ ଛନ୍ଦି ଦିଅ ....।

ଶେଷ କୁ ଉତ୍ତର ମିଳେ ...,
ଭଲ ପାଏରେ , ବହୁତ୍ ପାଏ ରେ ....।

ମୁଁ ହସି ଦିଏ , ମନରେ କେଜାଣି କେତେ କଥା ଭାବି ଦିଏ .....।

ହେଲେ .....
ହେଲେ ..... ନାରୀ ମନ ନା ...?

ପୁଣି ପଚାରି ଉଠେ ....,
ତୁମେ ସତ କହୁଛ ତ , 
ନା ଏମିତି ମିଛ ରେ ମୋତେ ହଜେଇ ଦେଉଛ ...?

ତୁମେ ଅଭିମାନ କରି ବସ ମୋ ପ୍ରଶ୍ନ ରେ , 
ଖାଲି ଏତକ କୁହ,
ମୁଁ ପରା ମିଛ କହେ ନି , 
ଜାଣିନ କି ତୁମେ ....।

ମୋ ପ୍ରଶ୍ନ ବାଚୀ ମନ ଟି ପୁଣି ଚୁପ୍ ହୋଇ ଯାଏ ....।

ଅଧର ସିନା ଚୁପ୍ ରହେ , 
ଆଖି ରେ ପୁଣି ପ୍ରଶ୍ନ ନେଇ ତୁମକୁ ଚାହିଁ ରହେ ...।

କେମିତି କେଜାଣି କିଛି କହିବା ଆଗରୁ ତୁମେ ସବୁ ବୁଝି ଯାଓ, 

ଆଖି ଦେଖି ଜାଣି ଦିଅ ମୋ ମନ କଥା ସବୁ ....।

ମୋ ଚୁପ୍ ରୁ ତୁମେ ପଢ଼ି ଦିଅ ମୋ ଅନ୍ତର କଥା କୁ ....,
ରାଗିଲେ ମନେଇ ନିଅ ଅତି ସହଜରେ .....,

ଖାସ୍ ସେଇ ଲାଗି ଭାରି ଭଲ ଲାଗେ ମୋତେ , 
ତୁମ ଉପରେ ଅଭିମାନ କରିବାକୁ ....।

ତୁମେ କୁହ , ଗୋଲାପୀ ରଙ୍ଗ ଟା ତୁମକୁ କୁଆଡେ ଭାରି ପସନ୍ଦ , 
କଥା ଛଳରେ ପଚାରି ଦିଅ , 
ପିନ୍ଧିବନି କି ତୁମେ ..? 
ମୋ ପାଇଁ ଗୋଲାପି .....?

ମୁଁ ବି ଟିକିଏ ଫୁଲେଇ ହୋଇ କହି ଦିଏ , 
ହଁ , ପିନ୍ଧିବି ନା , ଯେବେ ତୁମେ ତୁମେ ନିଜ ହାତେ ମୋତେ ଦେବ ସଜେଇ .....।

ହା ହା କରି ହସି ଦିଅ ତୁମେ , 
ହୁମ୍, ସଜେଇବି , ନିଜ ହାତରେ , 
ଖାଲି ସଜେଇବିନି , 
ନିଜେ କିଣି ଦେବି ତୁମ ଲାଗି ମେଞ୍ଚେ଼ ଗୋଲାପି ,
ଆଉ ସଜେଇ ଦେବି ନିଜେ , 
ରାଣୀ ପରି ବସେଇ ରଖିବି , 
ଅସରନ୍ତି ସ୍ନେହ , ଭଲ ପାଇବା ରେ ହଜେଇ ଦେବି....।

ସବୁ ଶୁଣି ମୁଁ ଟିକିଏ ଲାଜେଇ ଯାଏ , 
ଶୁଣି ବି ନ ଶୁଣିଲା ପରି ରହି ଯାଏ ...,

ତୁମେ ପଚାର ....

ଭଲ ଲାଗିଲା ମୋ କଥା ...?
ମୁଁ ଠିକ୍ ତୁମରି ସ୍ୱର ରେ କହେ ...., 
ହୁମ.......।

ଯେବେ ବି କହେ , କଥା ଦିଅ ମୋତେ ତୁମେ ....., 

ତୁମେ ରହି ଯାଅ , 
କୁହ .....

କଥା ଦେଲେ କଥା ଭାଙ୍ଗି ଯାଏ , 
ମୁଁ ଚାହେଁନି ତୁମର କଥା ଭାଙ୍ଗିବାକୁ , 
ମୁଁ ଚାହେଁନି ତୁମକୁ ଦୁଃଖୀ କରିବାକୁ , 
କଥା ଦେବିନି , 
ଦେଇ ଥିବା କଥା ମୁଁ କେବେ ରଖି ପାରେନା ...।

ମୁଁ ବି ରହିଯାଏ , ମାଗେନା ତୁମଠୁ ପ୍ରତିଜ୍ଞା ....।

ମୁଁ ଖୁସି କରେ , 
ମୁଁ ଖୁସି କରେ ଏଇ ଲାଗି.., 
ଯେ ......
ବିନା ଶପଥ ରେ ବି ତୁମେ ଥାଅ ମୋ ପାଇଁ ...।

କେଜାଣି ଏ ବନ୍ଧନ କେତେ ଦିନର , 
କେଜାଣି ସମ୍ପର୍କ କେଉଁ ନାମ ର , 
କେଜାଣି କାଲି ହଜି ଥିବ କି ରହି ଥିବ ଏ ସମ୍ପର୍କ , 
ତଥାପି ......
ତଥାପି ......

ତୁମେ ରୁ ଆଉ ତୁ କୁ ଫେରି ହେବନା.....।
ଅଧୁରା ହେଉ ପଛେ , 
ହେଲେ ଏ ବନ୍ଧନ କୁ ଆଉ କାଟି ହେବ ନା .....।

ହେବ କି .....?

ମିଛ କୁହ ନାହିଁ ବୋଲି କହି , 
ମିଛ ରେ ମୋତେ ହଜେଇ ଦେଲ , 

ଭାରି ମିଛୁଆ ଟା ହୋ ତୁମେ , 
ତୁମ ମିଛ ଭିତରେ ଯେ ମୁଁ ହଜି ଯାଇଛି ....,

ଜାଣିଛ କି ତୁମେ ....?


Rate this content
Log in

Similar oriya poem from Romance