ଆରକ୍ଷଣ
ଆରକ୍ଷଣ
ଆରକ୍ଷଣ
*******
ମୁଁ ପ୍ରତିରୋଧ କରେ ନାହିଁ ଆରକ୍ଷଣ କୁ ,
ତଥାପି ...,
ମନ ଟି କୋହଳି ଉଠେ ଯେବେ ,
ମୁଁ ଫେରି ଆସେ ଚାକିରୀ ର ଦୁଆର ମୁହଁ ରୁ ...।
ଥରେ ନୁହେଁ , ଦୁଇ ଥର ନୁହେଁ ,
ବାରମ୍ବାର , ଘାତ ପାଏ , ଯେବେ କିଛି ପ୍ରତିଶତ ମାର୍କ ର ଅନ୍ତରାଳେ
ରହିଯାଏ ମୁଁ ପଛରେ ...।
ନା ମୁଁ ସୁବିଧା ପାଏ ପଢା ରେ ,
ନା ପରୀକ୍ଷା ର କୃତ ପାଇଁ ନମ୍ୱର ରେ ,
ନା ଆରକ୍ଷିତ ହୁଏ ମୁଁ ଚାକିରୀ ର ଚୟନ ତାଲିକା ରେ ...।
ଅଣ ଆରକ୍ଷଣ ନାମ ରେ ,
ବୃଥା ହୁଏ ମୋ ପରିଶ୍ରମ ,
କେହି ବୁଝେ ନାହିଁ ମୋ ରାତି ଅନିଦ୍ରା ର କାହାଣୀ କୁ ...।
ଧିକ୍କାର କରେ ମୁଁ ନିଜକୁ ...,
ଅସଫଳତା ସ୍ଵାଦ କୁ ଆଉ ଚାଖିବାକୁ ଚାହେଁ ନା,
ତଥାପି ଆଲିଙ୍ଗନ କରେ ମୁଁ ,
ବାରମ୍ବାର ସେଇ ଅସଫଳତା କୁ ,
ସମାଜ ର ଅଟ୍ଟହାସ୍ୟ କୁ ......।
ମନେ ହୁଏ ଅସଫଳତା ବେତାଳ ସାଜି
ଝୁଲି ରହେ ମୋ କାନ୍ଧରେ ,
ପ୍ରଶ୍ନ କରେ ମୋ ପରିଶ୍ରମ ଉପରେ ...।
ଆରକ୍ଷଣ ଯଦି ଏକ ସୁବିଧା ,
ତେବେ ଆମେ କାହିଁକି ବଞ୍ଚିତ ସେ ସୁବିଧା ରୁ ....।
ଦିନେ ସମ୍ବିଧାନ ର ପୃଷ୍ଠା ସମାନତା ପାଇଁ କୋଳେଇ ଥିଲା ,
ଏହି ଆରକ୍ଷଣ କୁ ,
ସମାଜ ପଛରେ ନ ରହୁ ଦଳିତ ,
ନ ହେଉ ନିଷ୍ପେସିତ ,
କିନ୍ତୁ ଆଜି ଆମେ ବଞ୍ଚିତ ...।
ଆମ ପରିଶ୍ରମ ରାତି ଅନ୍ଧାର ରେ
କୋରାଳି କାନ୍ଦି ଉଠେ,
ଆମ ପ୍ରତିଭା ଜାତି ର ପରିଚୟ ତଳେ ଲୁଚି ଯାଏ ...।
ଅଭାବ ର ଅନ୍ଧାର ରେ ଅନେକ ଅଣ ଆରକ୍ଷଣ ପିଲା
ସ୍ବପ୍ନ କୁ ଆହୁତି ଦିଏ ,
ଯୋଗ୍ୟତା ଥାଇ ବି ଅଯୋଗ୍ୟ ସାଜେ ....।
ସମାନତା ଛଳରେ ଉଠିଛି ଅସମାନତା ର ଏକ ଅଦୃଶ୍ୟ ପାଚେରୀ ,
ରାତି ଉଜାଗର ର ପରିଶ୍ରମ ହଜିଯାଏ ବ୍ୟବସ୍ଥା ର ଜଟିଳତା ଭିତରେ ...।
ମା ର ବନ୍ଧକ ଗହଣା ,
ବାପା ର ଝାଳ ବୁହା ପଇସା ,
ଅଭାବୀ ମନରେ ଉଠିଥିବା ଆଶା ,
ସବୁ କିଛି ହଜିଯାଏ ,
ଆରକ୍ଷଣ ର ତରାଜୁ ରେ ....।
ଚୟନ ର କ୍ରିୟା ନ ହେଉ ,
ଜାତି ର ଆଧାର ରେ ,
ବରଂ ସାଜୁ ଅର୍ଥନୈତିକ ମାନଦଣ୍ଡ ରେ ....।
ପ୍ରତିଭା ର ପୁଷ୍ପ ଟି ଝଡି ନ ପଡୁ ଆରକ୍ଷଣ ର ବନ୍ଦୀ ରେ ,
କିମ୍ବା
ପ୍ରତିଯୋଗିତା ନ ହେଉ ଜାତି ର ଆଧାର ରେ ....।
ପରିଶ୍ରମ କୁ ମିଳୁ ସମ୍ମାନ ,
ପ୍ରତିଭା ଫୁଟି ଉଠୁ ପାଇ ପ୍ରୋତ୍ସାହନ ....।
ବିଭେଦ ର କାରଣ ନ ହେଉ ଜାତି ର ପରିଚୟ ..,
ବରଂ ଜାତି ର ଗୌରବ ଗଢି ଉଠୁ ବିଭେଦ ର ବିଲୟ ରେ ....।
©️®️
Priyadarsini Das
