STORYMIRROR

Priyadarsini Das

Romance

4  

Priyadarsini Das

Romance

ତୁମେ କଣ ଯାଦୁଗର

ତୁମେ କଣ ଯାଦୁଗର

1 min
26

ଜାଣିଛ ....., 
ନାଇଁ ମ ତୁମେ କେମିତି ଜାଣିବ ଯେ ....?

ମୁଁ ତ ତୁମକୁ କେବେ କିଛି କହେନା ....।

ହେଲେ ବି ତ ତୁମେ ପଢ଼ି ନିଅ ପରା ମୋ ଆଖିର ଭାଷା .....।

ତେବେ ....., 
କାହିଁକି କହିବି ଅଧର ଖୋଲି ....।

ହେଇଟି ଶୁଣୁଛ କି .....?

ନା ନା , ଶୁଣ ନା ତୁମେ ....,

ଖାଲି କହିବି ସିନା ଶୁଣ ବୋଲି , 
କିନ୍ତୁ ପୁଣି ଥରେ ମୁହଁ ଫେରେଇ ଆଣିବି ....,

କିଛି ନାହିଁ କହି ....।

ତୁମେ ଦୂର ରେ ରହି ଖାଲି ଚାହିଁ ଥାଅ ମୋତେ ....।

ମୋବାଇଲ ର ଆର ପଟରେ , 
ଭିଡିଓ କଲ୍ ଟା କେତେବେଳେ ଘଣ୍ଟା ଘଣ୍ଟା ଲମ୍ବି ଯାଏ , 
ଜଣା ବି ପଡେନା .....।

କାହାର ବି ମନ ହୁଏନା , 
ଫୋନ ଟା କାଟିବାକୁ , 

କିଛି ନ କହି ଖାଲି ତୁମେ ଚାହିଁ ରୁହ , 

ଓଃ...., 
କି ସୁନ୍ଦର ଲାଗେ ତୁମର ସେ ଚାହିଁବା ଟା.....।

ମୁଁ ଯେ ଖାଲି ତୁମର , 
ଯେବେ ତୁମେ କୁହ ..., କି ତୁମେ ଖାଲି ମୋର ..., 
ଆଉ ମୁଁ ଖାଲି ତୁମର ....,

ସେ ନିଜର ପଣିଆ ଟା ମୋତେ ଖୁସି ରେ କନ୍ଦେଇ ଦିଏ .....।

ଆଖିରୁ ଦୁଇ ଧାର ଲୁହ ବହି ଯାଏ , 
ପୁଣି ତୁମେ କୁହ ..., 
ପାଗିଳି ଟା ....।

ଖୁସି ରେ କିଏ କାନ୍ଦେ.....।

କେମିତି ବୁଝେଇବି ମୁଁ ତୁମକୁ ,
ତୁମର ସେଇ ଦୁଇ ପଦ କଥା ଯେ କେତେ ମିଠା ଲାଗେ .....।

ତୁମେ ଯେବେ ବ୍ୟସ୍ତ ଥାଅ, 
ମୁଁ ଚାହିଁ ରହି ଥାଏ ତୁମ ବାଟ କୁ ....।

ତୁମେ ବିରତି ପାଇଲେ ମୋତେ ଖୋଜ , 
ଆଉ ମୁଁ ଅଭିମାନ କରି ବସେ , 
କଥା ହେବିନି ବୋଲି ଜିଦ୍ ଧରେ , 
ତୁମେ କିନ୍ତୁ ମନେଇ ନିଅ....।

କେଜାଣି କି ଜାଦୁଗର ତୁମେ ....।

ଯେତେ ଚାହିଁଲେ ବି ରାଗି ପାରେନା ମୁଁ ତୁମ ଉପରେ ....।

ସତରେ କଣ ଯାଦୁଗର ଟା ତୁମେ ....?


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance