ତୁମେ କଣ ଯାଦୁଗର
ତୁମେ କଣ ଯାଦୁଗର
ଜାଣିଛ .....,
ନାଇଁ ମ ତୁମେ କେମିତି ଜାଣିବ ଯେ ....?
ମୁଁ ତ ତୁମକୁ କେବେ କିଛି କହେନା ....।
ହେଲେ ବି ତ ତୁମେ ପଢ଼ି ନିଅ ପରା ମୋ ଆଖିର ଭାଷା .....।
ତେବେ .....,
କାହିଁକି କହିବି ଅଧର ଖୋଲି ....।
ହେଇଟି ଶୁଣୁଛ କି .....?
ନା ନା , ଶୁଣ ନା ତୁମେ ....,
ଖାଲି କହିବି ସିନା ଶୁଣ ବୋଲି ,
କିନ୍ତୁ ପୁଣି ଥରେ ମୁହଁ ଫେରେଇ ଆଣିବି ....,
କିଛି ନାହିଁ କହି ....।
ତୁମେ ଦୂର ରେ ରହି ଖାଲି ଚାହିଁ ଥାଅ ମୋତେ ....।
ମୋବାଇଲ ର ଆର ପଟରେ ,
ଭିଡିଓ କଲ୍ ଟା କେତେବେଳେ ଘଣ୍ଟା ଘଣ୍ଟା ଲମ୍ବି ଯାଏ ,
ଜଣା ବି ପଡେନା .....।
କାହାର ବି ମନ ହୁଏନା ,
ଫୋନ ଟା କାଟିବାକୁ ,
କିଛି ନ କହି ଖାଲି ତୁମେ ଚାହିଁ ରୁହ ,
ଓଃ....,
କି ସୁନ୍ଦର ଲାଗେ ତୁମର ସେ ଚାହିଁବା ଟା.....।
ମୁଁ ଯେ ଖାଲି ତୁମର ,
ଯେବେ ତୁମେ କୁହ ..., କି ତୁମେ ଖାଲି ମୋର ...,
ଆଉ ମୁଁ ଖାଲି ତୁମର ....,
ସେ ନିଜର ପଣିଆ ଟା ମୋତେ ଖୁସି ରେ କନ୍ଦେଇ ଦିଏ .....।
ଆଖିରୁ ଦୁଇ ଧାର ଲୁହ ବହି ଯାଏ ,
ପୁଣି ତୁମେ କୁହ ...,
ପାଗିଳି ଟା ....।
ଖୁସି ରେ କିଏ କାନ୍ଦେ.....।
କେମିତି ବୁଝେଇବି ମୁଁ ତୁମକୁ ,
ତୁମର ସେଇ ଦୁଇ ପଦ କଥା ଯେ କେତେ ମିଠା ଲାଗେ .....।
ତୁମେ ଯେବେ ବ୍ୟସ୍ତ ଥାଅ,
ମୁଁ ଚାହିଁ ରହି ଥାଏ ତୁମ ବାଟ କୁ ....।
ତୁମେ ବିରତି ପାଇଲେ ମୋତେ ଖୋଜ ,
ଆଉ ମୁଁ ଅଭିମାନ କରି ବସେ ,
କଥା ହେବିନି ବୋଲି ଜିଦ୍ ଧରେ ,
ତୁମେ କିନ୍ତୁ ମନେଇ ନିଅ....।
କେଜାଣି କି ଜାଦୁଗର ତୁମେ ....।
ଯେତେ ଚାହିଁଲେ ବି ରାଗି ପାରେନା ମୁଁ ତୁମ ଉପରେ ....।
ସତରେ କଣ ଯାଦୁଗର ଟା ତୁମେ ....?

