ପ୍ରେମ ଭିକ୍ଷା
ପ୍ରେମ ଭିକ୍ଷା
ବିସହ ବିଷାଦ ଜାଣି ,
କିମ୍ପା ରୁହ ହୋଇ ତୁନି
ସାଜିଲ କି ଅଭିମାନି।
ଫେଡ ଗୋ ବାନ୍ଧବୀ ମାନ,
ସ୍ପନ୍ଦନ ବୁଝିବ ସିନା
ଏ ସ୍ପନ୍ଦନ ପ୍ରତିଧ୍ବନି ।
ଛାତିର ଅକୁହା ବ୍ୟଥା
ତୀରେ ଆସି ପିଟେ ମଥା
ଲଙ୍ଘିଯାଏ କୂଳ।
ଅମାନିଆ ମନମୀନ
ହୁଅଇ ବ୍ୟାକୁଳ।
ସୀମାହୀନ ପ୍ରେମ ମୋର
ସୀମିତ ଜୀବନ।
କାମନା ଜଳରେ ବୁଡି
ଖୋଜେ ମୁଁ ନିର୍ବାଣ।
ପ୍ରେମ ମୋର ଗଙ୍ଗାଜଳ
ନିର୍ମଳ ପବିତ୍ର
ସେ ପୂତ ପୟୋଧେ ବୁଡି
ପଖାଳ ଗୋ ଗାତ୍ର।
ସ୍ନେହେ ଆଲିଙ୍ଗନ ମୋରେ
କର ରେ ନବୀନା
ଶରୀର ଅବଶ ମୋର
ତୋ ପ୍ରଣୟ ବିନା।

