STORYMIRROR

Nityananda Behera

Romance

3  

Nityananda Behera

Romance

ପ୍ରେମ ଭିକ୍ଷା

ପ୍ରେମ ଭିକ୍ଷା

1 min
224

ବିସହ ବିଷାଦ ଜାଣି ,

କିମ୍ପା ରୁହ ହୋଇ ତୁନି

ସାଜିଲ କି ଅଭିମାନି।

ଫେଡ ଗୋ ବାନ୍ଧବୀ ମାନ,

ସ୍ପନ୍ଦନ ବୁଝିବ ସିନା 

ଏ ସ୍ପନ୍ଦନ ପ୍ରତିଧ୍ବନି ।


ଛାତିର ଅକୁହା ବ୍ୟଥା

ତୀରେ ଆସି ପିଟେ ମଥା

ଲଙ୍ଘିଯାଏ କୂଳ।

ଅମାନିଆ ମନମୀନ

ହୁଅଇ ବ୍ୟାକୁଳ।


ସୀମାହୀନ ପ୍ରେମ ମୋର

ସୀମିତ ଜୀବନ।

କାମନା ଜଳରେ ବୁଡି

ଖୋଜେ ମୁଁ ନିର୍ବାଣ।


ପ୍ରେମ ମୋର ଗଙ୍ଗାଜଳ

ନିର୍ମଳ ପବିତ୍ର

ସେ ପୂତ ପୟୋଧେ ବୁଡି

ପଖାଳ ଗୋ ଗାତ୍ର।


ସ୍ନେହେ ଆଲିଙ୍ଗନ ମୋରେ

କର ରେ ନବୀନା

ଶରୀର ଅବଶ ମୋର

ତୋ ପ୍ରଣୟ ବିନା।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance