STORYMIRROR

Nityananda Behera

Abstract

4  

Nityananda Behera

Abstract

ବାର୍ତ୍ତା

ବାର୍ତ୍ତା

1 min
23.6K

ପ୍ରେମମୟ ହେଉ....

 ଏହି ଚଳିତ ବର୍ଷ

ବିଷାଦ ର ଛାଇ ନାଶି, 

ଆଣୁ ଶୁଖ ହର୍ଷ...।।

ଚାଲିଯାଉ ବହୁଦୂରେ.... 

ମିଥ୍ୟା-ପାପ, ଘୃଣା-ହିଂସା-ଦ୍ୱେଷ.....।

ନେଇଁ ଆସୁ ପ୍ରେମ...

ସତ୍ୟ-ଶାନ୍ତି ଦୟା-କ୍ଷମା ର ସନ୍ଦେଶ...।।

ଧୋଇ ବିଷାଦ କଳୁଷ....

ଢାଳୁ ଆନନ୍ଦ ପୀୟୂଷ...।

ରାକ୍ଷାସଚାରିତା ନାଶି...

ଗଢ଼ାଉ ମଣିଷ....।।

ପୂର୍ବ ସଂସ୍କୃତିକୁ ଭୁଲି...

ନାଶି ପରମ୍ପରା...।

ପାଶ୍ଚାତ୍ୟ ସଭ୍ୟତା ଦେଖି

ହେଲୁ ପଥହରା....।।

କେତେ ଗୂଢ ତତ୍ତ୍ୱ-ଅର୍ଥ

ତାରେ ରହିଛି ନିହିତ....।

ବିଶ୍ୱ ଦରବାରେ ଆଜି ତା

ହେଲା ତ ବିଦିତ....।।

ମତ୍ତଗର୍ବେ ଭୁଲି ଗଲ 

ଗୁରୁ ଗରିୟାନ....।

କ୍ଷୁଦ୍ର କରୋନା ର ଭୟ

ସର୍ବ ଗର୍ଵ କଲା ଚୂର୍ଣ୍ଣ....।।

ଭୁଲି ଅଭିମାନ ....

କର ସର୍ବେ ସ୍ନେହ...

ଆଦର ସଂମ୍ମାନ...।

ତେବେ ହେବୁ ବିଶ୍ୱେ...

ଚିର ମହିୟାନ....।।

ଦେବଭୂମି ଏ ଭାରତ...

ଆମ୍ଭର ଜନନୀ....।

ପ୍ରେମ ଭକ୍ତି ଭରେ ତାକୁ

ପୂଜିବା ଦିବସ ରଜନୀ...।।

ଗାଇବା ଏକତା ମନ୍ତ୍ର....

ସର୍ବେ ଭବନ୍ତୁ ଶୁଖିନଃ...।

ବିଶ୍ଵ ପ୍ରେମେ ନିଶ୍ଚେ ବିଶ୍ୱେ...

ହେବା ମହିୟାନ....।।

କ୍ଷଣଭଙ୍ଗୁର ଶରୀର...

କ୍ଷଣଭଙ୍ଗୁର ଜୀବନ....।

ମାଟି ଘଟ ମାଟିରେ ସେ ...

ହେବରେ ବିଲୀନ....।।

ଜାଣି ଜଳ ତୁମ୍ବୀ ପ୍ରାଣ....

ଉତ୍ସର୍ଗ କର ଜୀବନ...।

ପୁତିଗନ୍ଧମୟ ଦେହ

ନୁହେଁରେ ଚିର ଅକ୍ଷୟ...।

ଖାଲି ଅମର କିରତି ଯଶ

ସାଯିବରେ ଇତିହାସ...।

 କେବେ ନୋହିବ ମଳିନ....।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract