STORYMIRROR

Nityananda Behera

Abstract

3  

Nityananda Behera

Abstract

ବ୍ୟଥାସିକ୍ତ ବସନ୍ତ

ବ୍ୟଥାସିକ୍ତ ବସନ୍ତ

1 min
226

ଏ ବସନ୍ତ ….ବ୍ୟଥାସିକ୍ତ

ମଳୟର ମୃଦୁ-ମୃଦୁଳରେ

କି ମର୍ମନ୍ତୁଦ ମୃତ୍ୟୁର ସଂଚାର

ଚତୁର୍ଦିଶେ ହାହାକାର

କରୋନା ର କରାଳତାରେ

କି କ୍ରନ୍ଦନର କରୁଣ-ଚିତ୍କାର

ସୁମନ ପଳାସର ରକ୍ତ କେତନରେ

କି ଅବା ବିପଦର ବାରଣ ସୂଚନା

ଶୁଶୋଭିତ ପୁଷ୍ପିତ କାନନ କୁନ୍ତଳ

ରୂପରାଜି ନୟନେ କି ପଡେନାହିଁ ଜଣା

ନିସ୍ତବ୍ଧ ପୃଥିବି

ଅନିଶ୍ଚିତ ମୃତ୍ୟୁ ର 

ଅୟ-ଆଶଙ୍କାରେ

ଜନଶୁନ୍ୟ ଆଜି

ଲୋକାରଣ୍ୟ ସମସ୍ତ ସହର

କାହିଁ ଆଜି ସେହି…ଶ୍ରେଷ୍ଟତ୍ଵର

ବୃଥା ଗର୍ବ ଅଭିମାନ

ଭୂତାଣୁ ର ଭ୍ରାମରୀରେ

ଭୟାକ୍ତ ଭୂଖଣ୍ଡ

କି ସତେ ,ଅନୁରୂପ ଶମଶାନ


ହେ ଆହତ ପ୍ରାଣ

ଶ୍ରେଷ୍ଟତ୍ଵ ର ମହିମା ମଣ୍ଡନ

ଦେବତ୍ୱକୁ ଭୁଲି କିଆ

କଲ ପାଶବିକ ଆହରଣ

ଅତି ଗର୍ବେ ଭୁଲିଗଲ 

ଗୁରୁ ଗରିୟାନ

ପ୍ରକୃତି-ସଂସ୍କୃତି ସବୁ ମଣି ହେୟ ଜ୍ଞାନ

ଆପେ ଜ୍ଞାନୀ ମଣି

ବଧିର ପ୍ରାୟେ କି ଜମା

ଶୁଣିଲନି ତତ୍ତ୍ୱ ବେଦ ବାଣୀ

ଭୁଲି ଦୟା-ଧର୍ମ ଆଚରଣ

ଅଧର୍ମେ ନିବେଶି ମନ

କଲ ନାନାଦି କୁକର୍ମ

ପ୍ରକୃତି ରଚୁଛି ନିତ୍ୟେ

ନାନାଦି ତାଣ୍ଡବ

ଦହୁଛି ମାନବ ଗର୍ବ-

କାନନ ଖାଣ୍ଡବ

ବେଳ ହୁଁ ଜାଗ୍ରତ ହୁଅ

ହେ ପ୍ରାଣୀ ଶ୍ରେଷ୍ଠ ମାନବ ସମାଜ

ପ୍ରକୃତି ସଙ୍କେତ ବୁଝି

କର ଅନୁରୂପ କାର୍ଯ୍ୟ

ତେବେ ଜଗତରେ ହେବ

ମହିମା ମଣ୍ଡନ

ହେ ବୀର ବରପୁତ୍ର

ଧରଣୀର ଅମିୟ ନନ୍ଦନ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract