STORYMIRROR

Chinmaya Kumar Nayak

Abstract

3  

Chinmaya Kumar Nayak

Abstract

ମନ ମୋର ନୀଳାଚଳେ

ମନ ମୋର ନୀଳାଚଳେ

1 min
177

ଦେହ ସିନା ଭ୍ରମେ ସଂସାର ବନ୍ଧନେ

ମନ କିନ୍ତୁ ନୀଳାଚଳେ,

ଯାଇ ପାରିନାହିଁ ପୁରୀକୁ ମୁଁ ସତ

ଭିଜୁଛି ମୁଁ ତୋ ଭାବରେ। 

ରେ କଳାଧନ, ତୋତେ ନେଇ ଦିନ ସରେ।


କି ମାୟା ସଂସାରେ ପକାଇଛୁ କହ

ଦିନ ରାତି ହୁଏ ଘାରି,

ଭୁଲିବାକୁ କେବେ ଦେଇନୁ ବି ତୋତେ

ଦୁଃଖ ଦେଇ ସୁଖ ହରି

ମନ ନୀଳାଚଳେ ଲଗାଇ ତୋ ଲୀଳା

ବସିଛୁ କେଡ଼େ ମଜାରେ

ରେ କଳାଧନ, ତୋତେ ନେଇ ଦିନ ସରେ।


ଏ ଦେହ ରଥର ହୋଇ ତୁ ଈଶ୍ୱର

ଭିଆଇଛୁ ଯେଉଁ ଲୀଳା,

ମୁଁ ତାର ନୀରବ ନିସ୍ପନ୍ଦ ଦର୍ଶକ

ବୁଝେନା କିଛି ତୋ ଖେଳା

ତୁ ଜାଣୁ ତୋ ଛନ୍ଦ ମାୟା ଓ କପଟ

ପାଶେ ଥାଉ ପୁଣି ଦୂରେ

ରେ କଳାଧନ, ତୋତେ ନେଇ ଦିନ ସରେ।


ତୋ ଯାତ୍ରା ଶେଷରେ ତୁ ସିନା ବାହୁଡୁ

ବଡ଼ ଦେଉଳକୁ ତୋର,

ମୋ ଦେହ ରଥକୁ ଲେଉଟାଇ ନେବୁ

କେବେ କହ ଚକ୍ରଧର

ଯେବେ ବି ନେଉଛୁ ଚିନ୍ତା ନାହିଁ ମୋର

ନେବୁ କିନ୍ତୁ ତୋ ଧାମରେ

ରେ କଳାଧନ, ତୋତେ ନେଇ ଦିନ ସରେ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract